ନୂଆଦିଲ୍ଲୀ: ଭେଟେରାନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ଗୁରୁବାର କହିଛନ୍ତି ଯେ ସେ ଆଗାମୀ ଘରୋଇ ସିଜନରେ ପଞ୍ଜାବ ପାଇଁ ଖେଳିବାକୁ ଚାହୁଁଛନ୍ତି । 2011 ବିଶ୍ୱକପ ବିଜେତା ହିରୋ ଗତ କିଛି ମାସ ଧରି ମୋହାଲିର ପଞ୍ଜାବ ଷ୍ଟାଡିୟମରେ ଶୁଭମାନ ଗିଲ, ଅଭିଷେକ ଶର୍ମା, ପ୍ରଭାସମ୍ରନ ସିଂ ଏବଂ ଅନମୋଲପ୍ରୀତ ସିଂଙ୍କ ସହ ଅଭ୍ୟାସ କରୁଥିବା ନଜର ଆସିଛନ୍ତି ।
କ୍ରିକେଟକୁ ଫେରିବାକୁ ଚାହୁଁଛନ୍ତି ଯୁବରାଜ, ଲୋଡିଲେ ବିସିସିଆଇର ଅନୁମତି - ଯୁବରାଜ ସିଂ
2011 ବିଶ୍ୱକପ ବିଜେତା ହିରୋ ଗତ କିଛି ମାସ ଧରି ମୋହାଲିର ପଞ୍ଜାବ ଷ୍ଟାଡିୟମରେ ଶୁଭମାନ ଗିଲ, ଅଭିଷେକ ଶର୍ମା, ପ୍ରଭାସମ୍ରନ ସିଂ ଏବଂ ଅନମୋଲପ୍ରୀତ ସିଂଙ୍କ ସହ ଅଭ୍ୟାସ କରୁଥିବା ନଜର ଆସିଛନ୍ତି ।
ଯୁବରାଜ ବର୍ତ୍ତମାନ ଆନୁଷ୍ଠାନିକ ଭାବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ନିକଟକୁ ଏକ ଆବେଦନ ପତ୍ର ଲେଖିଛନ୍ତି । ଯେଉଁଥିରେ ସେ ଅବସରରୁ ବାହାରି ଆସି କ୍ରିକେଟ ଖେଳିବାକୁ ଅନୁମତି ମାଗିଛନ୍ତି । ତାଙ୍କ ଚିଠିରେ ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ସେ ପଞ୍ଜାବ ପାଇଁ ଖେଳି ପାରିବେ, ତେବେ ସେ ଗ୍ଲୋବାଲ ଟି -20 ଲିଗରେ ଖେଳିବେ ନାହିଁ ।
ସୂଚନାଥାଉ କି, ଯୁବରାଜ 2019 ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ କାନାଡାର ଜିଟି-20 ଲିଗରେ ଖେଳୁଛନ୍ତି । ପ୍ରୋଟୋକଲ ଅନୁଯାୟୀ, ଖେଳାଳି ଭାରତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ବିସିସିଆଇ କେବଳ ବିଦେଶୀ ଲିଗ୍ ପାଇଁ ଅନୁମତି ଦେଇଥାଏ |