ଚଣ୍ଡିଗଡ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଜର ଟ୍ବିଟର ଆକାଉଣ୍ଟରେ ଏକ ସନ୍ଦେଶ ପୋଷ୍ଟ କରିଛନ୍ତି । ସେହି ଟ୍ବିଟରେ ମହିଳାମାନଙ୍କ ସମ୍ମାନ ପାଇଁ ନିଜର ବିଚାର ବ୍ୟକ୍ତ କରିଛନ୍ତି ।
ରାକ୍ଷୀରେ ସଭିଙ୍କ ମନ ଜିଣିଲେ ଯୁବରାଜ
ଯୁବରାଜ ସିଂହ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଜର ଟ୍ବିଟରରେ ସାରା ଦେଶର ମହିଳାମାନଙ୍କ ପାଇଁ ଏକ ବାର୍ତ୍ତା ଲେଖିଛନ୍ତି । ସେହି ପୋଷ୍ଟକୁ ଯିଏ ପଢୁଛି ସିଏ ପ୍ରଶଂସା କରୁଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ୟୁବି ନିଜର ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଏହି ରକ୍ଷାବନ୍ଧନ ଅବସରରେ ଆମେ ମାନେ ପ୍ରତିଶୃତି ନେବା ଆମର ଭଉଣୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା । ଏଥିସହ ଜାତି, ରଙ୍ଗ ଓ ଧର୍ମଠାରୁ ଉପରକୁ ଉଠି ସେମାନଙ୍କୁ ସୁଯୋଗ, ସମ୍ମାନ ଓ ଅଧିକାର ପାଇଁ କାମ କରିବା ।
ଯୁବିଙ୍କ ଏହି ଟ୍ବିଟକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିବା ସହ ରି ଟ୍ବିଟ ମଧ୍ୟ କରିଛନ୍ତି । ସୂଚନାଥାଉକି, ବର୍ତ୍ତମାନ ଯୁବରାଜ ସିଂ କନାଡାରେ ଅଛନ୍ତି ।