ଓଡିଶା

odisha

ETV Bharat / sports

ୱାଙ୍ଖେଡେ ପହଁଞ୍ଚିବା ମାତ୍ରେ ମନେପଡିଲା ବିଶ୍ବକପ, ଭାବୁକ ହେଲେ ଯୁବି - mumbai

ପ୍ରାକ୍ଟିସ ପାଇଁ ଯୁବି ଗ୍ରାଉଣ୍ଡରେ ପହଁଞ୍ଚିବା ମାତ୍ରେ ମନେ ପକାଇଛନ୍ତି 2011 ବିଶ୍ବକପକୁ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

By

Published : Mar 19, 2019, 3:25 PM IST

ମୁମ୍ବାଇ: ଭାରତୀୟ ଟିମରୁ ବାହାରେ ଥିବା ଅଲରାଉଣ୍ଡର ଖେଳାଳି ଯୁବରାଜ ସିଂହ ଆଇପିଏଲର ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ। 23 ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲର ମହାସମର । ତେବେ ପ୍ରସ୍ତୁତି ପାଇଁ ଖେଳାଳିଙ୍କ ପାଖରେ ଆଉ କମ ସମୟ ଅଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ନିଜ ଘରୋଇ ମୈଦାନରେ ପ୍ରାକ୍ଟିସ କରିଛି । ଏହାଛଡା ଦିଲ୍ଲୀ, ରାଜସ୍ଥାନ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଓ ପଞ୍ଜାବର ଟିମ ଗୁଡିକ ମଧ୍ୟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମ୍ୟାଚ ପ୍ରାକ୍ଟିସ କରିଛନ୍ତି। ସେପଟେ ମୁମ୍ବାଇ ଇଣ୍ଡିଆନ୍ ନିଜ ହୋମ ଗ୍ରାଉଣ୍ଡ ୱାଙ୍ଖେଡେ ଠାରେ ସୋମବାର ପ୍ରାକ୍ଟିସ କରିଥିଲା। ଯୁବରାଜଙ୍କ ପାଇଁ ଏହି ସିଜିନରେ ୱାଙ୍ଖେଡେ ତାଙ୍କର ହୋମ ଗ୍ରାଉଣ୍ଡ ହୋଇଛି। ସୋମବାର ଯୁବରାଜ ପହଁଞ୍ଚିଥିଲେ ପ୍ରାକ୍ଟିସ ପାଇଁ।

ପ୍ରାକ୍ଟିସ ପାଇଁ ଯୁବି ଗ୍ରାଉଣ୍ଡରେ ପହଁଞ୍ଚିବା ମାତ୍ରେ ମନେ ପକାଇଛନ୍ତି 2011 ବିଶ୍ବକପକୁ। ଯୁବି କହିଛନ୍ତି, 'ବିଶ୍ବକପର ସ୍ମୃତି ସବୁ ତାଜା ହୋଇଗଲା, ଏହି ଗ୍ରାଉଣ୍ଡକୁ ଯେତେବେଳେ ବି ଆସେ, ପୁରୁଣା ସ୍ମୃତି ସବୁ ମନେ ପଡିଯାଏ । ମୋ ପାଇଁ ଏହା ସବୁଠାରୁ ସୁନ୍ଦର ସ୍ମୃତି'।

ସୂଚନା ଯୋଗ୍ୟ ଯେ, 8 ବର୍ଷ ପୂର୍ବେ ଏହି ଗ୍ରାଉଣ୍ଡରେ ଧୋନିଙ୍କ ଅଧିନାୟକତ୍ବରେ ବିଶ୍ବକପ୍ ଜିତିଥିଲା ଭାରତ। ଏହି ବିଶ୍ବକପରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇଥିଲେ ଯୁବି।ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଯୁବରାଜଙ୍କୁ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଯୁବରାଜ 362 ରନ କରିବା ସହ 15ଟି ୱିକେଟ ମଧ୍ୟ ହାତେଇଥିଲେ। ତେବେ ଯୁବରାଜ ଟିମକୁ ଫେରି ପୁଣି ଥରେ ବିଶ୍ବକପ୍ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ABOUT THE AUTHOR

...view details