ଓଡିଶା

odisha

ETV Bharat / sports

ଟିମ ଇଣ୍ଡିଆର ଖରାପ ଫିଲ୍ଡିଂକୁ ଯୁବିଙ୍କ ସମାଲୋଚନା

ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟି-20ରେ ଭାରତୀୟ ଟିମର ଖରାପ ଫିଲ୍ଡିଂ ପ୍ରଦର୍ଶନକୁ ସମାଲୋଚନା କଲେ ଯୁବରାଜ ସିଂହ । ଅଧିକ ପଢ଼ନ୍ତୁ...

yuvraj singh criticizes team india, fielding in 1st t-2o against indies, india vs west indies, ଖରାପ ଫିଲ୍ଡି୍ଙ୍ଗକୁ ଯୁବିଙ୍କ ସମାଲୋଚନା, ଟିମ ଇଣ୍ଡିଆର ଖରାପ ଫିଲ୍ଡି୍ଙ୍ଗ
ଟିମ ଇଣ୍ଡିଆର ଖରାପ ଫିଲ୍ଡିଂକୁ ଯୁବିଙ୍କ ସମାଲୋଚନା

By

Published : Dec 8, 2019, 2:30 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-20ରେ ଭାରତୀୟ ଟିମର ଖରାପ ଫିଲ୍ଜିଂକୁ ନେଇ ସମାଲୋଚନା କରିଛନ୍ତି । ମ୍ୟାଚ୍‌ରେ ଭାରତୀୟ ଫିଲ୍ଡର ଖରାପ ଫିଲ୍ଡିଂ କରିବା ସହ ଅନେକ କ୍ୟାଚ୍‌ ମଧ୍ୟ ଛାଡି ଦେଇଥିଲେ । ୱାସିଂଟନ ସୁନ୍ଦର ଓ ରୋହିତ ଶର୍ମା ମଧ୍ୟ ଅନେକ କ୍ୟାଚ୍‌ ଛାଡିଥିଲେ । କ୍ୟାପ୍ଟେନ ବିରାଟ କୋହଲି ମଧ୍ୟ କ୍ୟାଚ୍‌ ଡ୍ରପ କରିଥିଲେ ।

ସେପଟେ ଭାରତୀୟଙ୍କ ଖରାପ ଫିଲ୍ଡିଂର ଭରପୁର ଲାଭ ଉଠାଇଥିଲେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍‌ । 20 ଓଭରରେ 207 ରନର ବଡ଼ ସ୍କୋର କରି ଦେଇଥିଲେ । ତଥାପି ଭାରତ ଏହି ସ୍କୋରକୁ ସଫଳତାର ସହ ହାସଲ କରି ନେଇଥିଲା ।

ଟିମ ଇଣ୍ଡିଆର ଖରାପ ଫିଲ୍ଡି୍ଙ୍ଗକୁ ଯୁବିଙ୍କ ସମାଲୋଚନା

ତେବେ ଶୁକ୍ରବାର ମ୍ୟାଚ୍‌ ପରେ ଯୁବରାଜ ଟ୍ବିଟ କରି ଲେଖିଛନ୍ତି ଯେ, ‘ଆଜି ପଡି଼ଆରେ ଭାରତୀୟ ଟିମର ପ୍ରଦର୍ଶନ ବହୁତ ଖରାପ ଥିଲା । ଯୁବ ଖେଳାଳି ଅନେକ ବିଳମ୍ବ ପରେ ପ୍ରତିକ୍ରିୟା ଦେଖାଇଥିଲେ । ଏହା କଣ ଅଧିକ କ୍ରିକେଟର ପ୍ରଭାବ ?’

କୋହଲିଙ୍କ ଦମଦାର 94 ରନ ଅପରାଜିତ ପାଳି ବଳରେ ଭାରତ 6 ୱିକେଟରେ ସହଜ ବିଜୟ ହାସଲ କରିଥିଲା । ଟି-20ରେ ଭାରତ ଦ୍ବାରା ହାସଲ କରାଯାଇଥିବା ଏହା ସବୁଠାରୁ ବଡ ଲକ୍ଷ୍ୟ । ତେବେ ଫିଲ୍ଡିଂରେ ସୁଧାର ଆଣିବାରେ ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details