ମୁମ୍ବାଇ: ଜୁନ ମାସରେ କ୍ରିକେଟରୁ ସନ୍ୟାସ ନେଇଥିବା ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଦେଇଛନ୍ତି ବଡ ବୟାନ । ସୋମବାର ମୁମ୍ବାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯେତେବେଳେ 2091 ବିଶ୍ବକପ ପର ଠାରୁ କ୍ରିକେଟରୁ ଅଲଗା ହୋଇଯାଇଥିବା ଧୋନିଙ୍କୁ ନେଇ ଉଠୁଥିବା ଗୁଜବ ବିଷୟରେ ପଚରା ଯିବାରୁ, ଯୁବରାଜ କହିଥିଲେ ଜାତୀୟ ଚୟନକର୍ତ୍ତାଙ୍କୁ ଏନେଇ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।
ପୂର୍ବତନ ଅଲରାଉଣ୍ଡର ଯୁବି ଧୋନିଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ପଚରାଯିବାରୁ ସାମ୍ବାଦିକଙ୍କୁ କହିଥିଲେ ଯେ, ‘ମୁଁ କିଛି ଜାଣିନି । ଆପଣ ଆପଣଙ୍କ ମହାନ ଚୟନକର୍ତ୍ତାଙ୍କୁ ପଚାରନ୍ତୁ । (I don't know any thing boss. You should ask your great selectors) । ଏହା ତାଙ୍କ ନିଷ୍ପତ୍ତି ମୋର ନୁହେଁ।’ ଭାରତକୁ ଉତ୍ତମ ଚୟନକର୍ତ୍ତାଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ଖେଳାଳିଙ୍କୁ ପ୍ରେରଣା ଦେଇ ପାରିବେ।
‘ଆମକୁ ନିଶ୍ଚିତ ଭାବେ ଭଲ ଚୟନକର୍ତ୍ତାଙ୍କ ଆବଶ୍ୟକତା ରହିଛି । ଚୟନକର୍ତ୍ତାଙ୍କ କାର୍ଯ୍ୟ ସହଜ ନୁହେଁ । ଯେତେବେଳ ସେମାନେ 15 ଜଣ ଖେଳାଳିଙ୍କୁ ଚୟନ କରନ୍ତି, ବାକି 15 ଖେଳାଳିଙ୍କର କଣ ହେବ ନେନେଇ ଆଲୋଚନା ଆରମ୍ଭ ହୁଏ। ବର୍ତ୍ତମାନ ଯୁଗର କ୍ରିକେଟରେ ଚୟନକର୍ତ୍ତାଙ୍କ ଚିନ୍ତାଧାରା ସଠିକ ହେଉନାହିଁ। ଏହା ମୋର ମତ,’ ବୋଲି କହିଛନ୍ତି ଯୁବି ।