ନୂଆଦିଲ୍ଲୀ: ଫାଷ୍ଟ ବୋଲର ଏସ ଶ୍ରୀସନ୍ତ କହିଛନ୍ତି ଯେ ଯଦି ସୁଯୋଗ ଦିଆଯାଏ ତେବେ ସେ ପୁନର୍ବାର ଭାରତ ପାଇଁ ଖେଳିବାକୁ ଚାହୁଁଛନ୍ତି , ସେ ପ୍ରିତିଯୋଗିତା ପାଇଁ କେରଳ ରଣଜୀ ସେଟଅପକୁ ଫେରିନାହାଁନ୍ତି ।
‘‘ମୁଁ ଏଠାରେ ପ୍ରତିଯୋଗିତା କରିବାକୁ ନାହିଁ, ମୁଁ କେବଳ ମୋର ଅନୁଭୂତି ସେୟାର କରିବା ଓ ସାହାଯ୍ୟ କରିବା ପାଇଁ ଅଛି ତା ଭିତରେ ଯଦି ଚୟନକର୍ତ୍ତା ମତେ ସୁଯୋଗ ଦିଅନ୍ତି ତେବେ କାହିଁକି ନୁହେଁ, ଯଦି ଭାରତ 2021 ଟେଷ୍ଟ ଚାମ୍ପିୟନଶିପ ଫୀାଇନାସ ଖେଳେ ତେବେ ମୁଁ ସେଥିରେ ଖେଳିବାକୁ ଚାହିଁବି,’’ ବୋଲି ଶ୍ରୀସାନ୍ତ କହିଛନ୍ତି ।
ଆଇଏଏନଏସ ପୂର୍ବରୁ ରିପୋର୍ଟ କରିଥିଲା ଯେ କେରଳ କ୍ରିକେଟ ଆସୋସିଏସନ କହିଛି ଯେ, ସେପ୍ଟେମ୍ବରରେ ତାଙ୍କର ନିଷେଧାଦେଶ ଶେଷ ହେବା ପରେ 37 ବର୍ଷିୟଙ୍କୁ କେରଳ ରଣଜୀ ଦଳ ପାଇଁ ବିଚାରକୁ ନେବ। ତେବେ ଶ୍ରୀସାନ୍ତ କହିଛନ୍ତି ଯେ ତାଙ୍କ ପାଇଁ ଆଉ ବିଫଳତାର ଭୟ ନାହିଁ।
‘‘ଏହି ସୁଯୋଗ ମୋ ପାଇଁ ଆଶୀର୍ବାଦ ଭଳି । ବିଫଳତା କିମ୍ବା ସଫଳତାର ଭୟ ନାହିଁ। ଅନେକ ଲୋକ ବିଫଳତାର ଭୟ କିମ୍ବା ସଫଳତା ହେତୁ ପ୍ରତିଯୋଗିତା କରିବାକୁ ଚାହାଁନ୍ତି ନାହିଁ, ସେମାନେ ଜାଣନ୍ତି ନାହିଁ ସଫଳତା ସହ କଣ କରିବେ ?’’ ବୋଲି ସେ କହିଛନ୍ତି।
‘‘ମୁଁ ଭାବୁଛି ବର୍ତ୍ତମାନ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ମୁଁ ଆଶୀର୍ବାଦପ୍ରାପ୍ତ। ମୋ ପରିବାର ଏବଂ ମଲୟାଲୀ ମାନଙ୍କୁ ମୋ ସହ ସବୁବେଳେ ଠିଆ ହୋଇଥିବାରୁ ଧନ୍ୟବାଦ। ମୋର ଆଭିମୁଖ୍ୟ ବର୍ତ୍ତମାନ କେବଳ ଅଭିଜ୍ଞତା ବାଣ୍ଟିବା ଏବଂ ଖେଳାଳିଙ୍କୁ ସାହାଯ୍ୟ କରିବା, ସେମାନେ ଯିଏ ହୋଇଥାନ୍ତୁ ନା କାହିଁକି ।’’