ହାଇଦ୍ରାବାଦ:ପ୍ରାୟ 6 ବର୍ଷ ପରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ । ଏହି 6 ବର୍ଷ ମଧ୍ୟରେ ଷ୍ଟାଡିୟମର ହୋଇଛି ନବକଳେବର । ବଦଳିଛି ନାମ ବଦଳିଛି ରୂପ । ଏଥିସହ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ମାନ୍ୟତା ମଧ୍ୟ ହାସଲ କରିସାରିଛି ଏହି ଷ୍ଟାଡିୟମ ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମୋଟେରା ଷ୍ଟାଡିୟମରେ ଖେଳାଯିବ । ସେଥିପାଇଁ ଗୁଜୁରାଟ କ୍ରିକେଟ ଆସୋସିଏସନ(GCA) ଶେଷ ହେଲାଣି ସମସ୍ତ ପ୍ରସ୍ତୁତି । ଅନ୍ତର୍ଜାତୀୟ ମ୍ୟାଚ ସହ ଦର୍ଶକଙ୍କ ସ୍ବାଗତ ଅପେକ୍ଷାରେ ମଧ୍ୟ ମୋଟେରା ଷ୍ଟାଡିୟମ ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ତୃତୀୟ ଟେଷ୍ଟ ପାଇଁ ରବିବାର ପୂର୍ବାହ୍ନ 11.00ଟାରୁ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ସିରିଜର ତୃତୀୟ ଟେଷ୍ଟ ତଥା ପିଙ୍କ୍ ବଲ ଟେଷ୍ଟ ପାଇଁ ଟିକେଟର ମୂଲ୍ୟ 300 ଓ 1000 ରହିଛି ।