ଓଡିଶା

odisha

ETV Bharat / sports

ଷ୍ଟମ୍ପରୁ ଖସିବାକୁ ନାରାଜ ‘ଜିଙ୍ଗ ବେଲ୍ସ’

ଚଳିତ ବିଶ୍ବକପରେ ଲାଗି ରହିଛି ବାଦ ବିବାଦ, ଉଠୁଛି ପ୍ରଶ୍ନବାଚୀ । କେତେବେଳେ ଧୋନିଙ୍କ ଗ୍ଲୋଭସକୁ ନେଇ ତ କେତେବେଳେ ନିମ୍ନ ମାନର ଅମ୍ପାୟାରିଂଙ୍କୁ ନେଇ । ଏବେ ନୂଆ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଷ୍ଟମ୍ପ ଉପରେ ଥିବା ‘ଜିଙ୍ଗ ବେଲ୍ସ' ।

By

Published : Jun 11, 2019, 1:22 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@cricbuzz

ହାଇଦ୍ରାବାଦ: ଚଳିତ ବିଶ୍ବକପରେ ଚର୍ଚ୍ଚାର ବିଷୟ ପାଲଟିଛି ‘ଜିଙ୍ଗ ବେଲ୍ସ’, ଯାହାକୁ ନେଇ ଏବେ ଅନେକ ରହସ୍ୟ । ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ ପଞ୍ଚମ ଥର ପାଇଁ ଜିଙ୍ଗ ବେଲ୍ସ ଗୁଡିକ ଷ୍ଟମ୍ପରୁ ପଡିବା ପାଇଁ ନାରାଜ ହୋଇଥିଲେ । ତେବେ ସଭିଁଙ୍କ ମୁହଁରେ ଏବେ ଗୋଟିଏ ପ୍ରଶ୍ନ, କଣ ଏହି ଅତ୍ୟାଧୁନିକ ବେଲ ଗୁଡିକ ଏତେ ଶକ୍ତ ଯେ ବଲ ବାଜିଲେ ସୁଦ୍ଧା ୱିକେଟ ତଳକୁ ଖସୁ ନାହାଁନ୍ତି ?

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@JimmyNeesh

ବିଶ୍ବକପ ଆରମ୍ଭ ହେବାର ପ୍ରଥମ 10 ଦିନରେ 5 ଥର ବଲ ଯାଇ ଷ୍ଟମ୍ପରେ ବାଜିଥିଲା କିନ୍ତୁ ବେଲ ଗୁଡିକୁ ହଟାଇ ପାରିନଥିଲା ଷ୍ଟମ୍ପରୁ । ଯାହା ବ୍ୟାଟ୍ସମ୍ୟାନଙ୍କୁ ଦେଇଥିଲା ଜୀବନଦାନ । ଅଷ୍ଟ୍ରେଲିଆ ବନାମ ଭାରତ ମ୍ୟାଚରେ ମଧ୍ୟ ଓପନର ଡେଭିଡ ୱାର୍ଣ୍ଣରଙ୍କ ୱିକେଟରେ ବଲ ବାଜିଥିଲା । କିନ୍ତୁ ଭାଗ୍ୟ ଦେଇଥିଲା ୱାର୍ଣ୍ଣରଙ୍କ ସାଥ ଓ ଷ୍ଟମ୍ପରୁ ବେଲ ଖସିନଥିଲା । 140 ବେଗରେ ବୋଲିଂ କରିଥିବା ବୁମାରାଙ୍କ ବଲରେ ମଧ୍ୟ ନହଟିବାକୁ ଯେମିତି ନିଷ୍ପତ୍ତି ନେଇଥିଲେ ‘ଜିଙ୍ଗ ବେଲ୍ସ’ ଗୁଡିକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@MohammadKaif

ଚଳିତ ବିଶ୍ବକପରେ ଏହା ପଞ୍ଚମ ଥର ଘଟିଛି ଯେତେବେଳେ ଜିଙ୍ଗ ବେଲ୍ସ ଗୁଡିକ ଷ୍ଟମ୍ପରୁ ତଳକୁ ଖସିନାହାନ୍ତି:

ଏ ରସିଦ- କ୍ୟୁ ଡି କକ୍‌, ଓଭାଲ
ଟି ବୋଲ୍ଟ- ଡି କରୁଣାରତ୍ନେ, କାର୍ଡିଫ
ଏମ ଷ୍ଟାର୍କ- କ୍ରିସ ଗେଲ, ନଟିଂହୋମ
ବି ଷ୍ଟୋକ୍ସ- ଏମ ସୈଫୁଦ୍ଦିନ, କାର୍ଡିଫ
ଜେ ବୁମରା- ଡି ୱାର୍ଣ୍ଣର, ଓଭାଲ

ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର ମଧ୍ୟ ବେଲ ଗୁଡିକ ନଖସିବା ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ‘‘ମୋ ସମ୍ପୁର୍ଣ୍ଣ କ୍ୟାରିୟରରେ ପଞ୍ଚମ ଥର ଏପରି ହେବା ମୁଁ ଦେଖିନାହିଁ । ତାହା ପୁଣି ଖେଳ ଆରମ୍ଭ ହେବାର ଦଶ ଦିନ ମଧ୍ୟରେ "।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@RahulSadhu009

ତେବେ ପଞ୍ଚମ ଥର ଏହି ଘଟଣା ପରେ ମଧ୍ୟ ଆଇସିସି ଜିଙ୍ଗ ବେଲ୍ସ ଗୁଡିକ ଉପରେ ଦୃଷ୍ଟି ଦେଇନାହିଁ । ତେବେ ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details