ହାଇଦ୍ରାବାଦ: ଭାରତଠାରୁ ପରାଜୟକୁ ସହଜରେ ଗ୍ରହଣ କରି ପାରି ନାହିଁ ପାକିସ୍ତାନୀ ମିଡିଆ । ତେବେ ଏନେଇ ଭାରତୀୟ ଟେନିସ ତାରକା ସନିଆ ମିର୍ଜା ଓ ତାଙ୍କ ସ୍ବାମୀ ତଥା ପାକ୍ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସୋଏବ ମଲ୍ଲିକଙ୍କୁ ଦୋଷ ଦେଇଛି ପାକ ମିଡ଼ିଆ । ମ୍ୟାଚ ପୂର୍ବଦିନ ରାତିରେ ସୋଏବ, ସାନିଆ ଓ କିଛି ପାକ୍ କ୍ରିକେଟର ପାର୍ଟି କରିଥିବାର ଫଟୋ ଭାଇରାଲ ହୋଇଥିଲା । ଏହା ପରେ ପାକିସ୍ତାନୀ କ୍ରିକେଟପ୍ରେମୀ ଓ ମିଡିଆ ଏମାନଙ୍କୁ ଦୋଷୀ କରିଛି ।
ପାକିସ୍ତାନୀ ମିଡିଆ ଉପରେ ବର୍ଷିଲେ ସୋଏବ ମଲ୍ଲିକ
ପାକିସ୍ତାନର ପରାଜୟ ପରେ ପତ୍ନୀ ସାନିଆ ଟ୍ବିଟରେ କୈଫଦ ଦେଉଥିବା ବେଳେ ସ୍ବାମୀ ସୋଏବ ମଧ୍ୟ ଆଗକୁ ଆସିଛନ୍ତି । ସୋଏବ ଦୁଇଟି ଟ୍ବିଟ କରି ପାକିସ୍ତାନି ମିଡିଆ ଉପରେ ବର୍ଷିଛନ୍ତି ।
ତେବେ ପତ୍ନୀ ସାନିଆ ଟ୍ବିଟରେ କୈଫଦ୍ ଦେଉଥିବା ବେଳେ ସ୍ବାମୀ ସୋଏବ ମଧ୍ୟ ଆଗକୁ ଆସିଛନ୍ତି । ସୋଏବ ଆଜି ଦୁଇଟି ଟ୍ବିଟ କରି ପାକିସ୍ତାନି ମିଡିଆ ଉପରେ ବର୍ଷିଛନ୍ତି । ସୋଏବ ନିଜ, "ଟ୍ବିଟର ଲେଖଛନ୍ତି, କେତେ ଦିନ ପର୍ଯ୍ୟନ୍ତ ଆମେ ଆମ ଦେଶ ପ୍ରେମ ବିଷୟରେ ପାକ୍ ମିଡିଆକୁ କୈଫଦ୍ ଦେବୁ । ମୋତେ ଦୁଃଖ ଲାଗୁଛି କି, 20 ବର୍ଷ ଦେଶ ପାଇଁ କ୍ରିକେଟ ଖେଳିବା ପରେ ମଧ୍ୟ ମୋତେ ମୋ ବ୍ୟକ୍ତିଗତ ଜୀବନୀକୁ ନେଇ ଟିପ୍ପଣୀ ଦେବାକୁ ପଡୁଛି ।"
ସୋଏବ ପୁଣି ଲେଖିଛନ୍ତି, "ସବୁ ଖେଳାଳିଙ୍କ ତରଫରୁ ମୁଁ କହିବାକୁ ଚାହୁଁଛି, ପାକ୍ ମିଡିଆମାନେ ଆମର ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କରିବା ବନ୍ଦ କରନ୍ତୁ ।"