ଓଡିଶା

odisha

ETV Bharat / sports

ବିଶ୍ବକପ୍‌: ଟିମ ଇଣ୍ଡିଆରେ ଯୋଗଦେବେ ପନ୍ତ !

ଆହତ ଧୱନଙ୍କ ବିକଳ୍ପ ନେଇ କୌଣସି ସୂଚନା ନାହିଁ । ସୁସ୍ଥ ହେଲେ ଶୀଘ୍ର ଟିମକୁ ଫେରିବେ ଧୱନ । ନଚେତ ଇଂଲଣ୍ଡ ଯାତ୍ରା କରିବେ 21 ବର୍ଷୀୟ ଋଷଭ ପନ୍ତ ।

By

Published : Jun 11, 2019, 11:09 PM IST

ଡିଜାଇନ ଫଟୋ

ଇଂଲଣ୍ଡ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଓପନର ଶିଖର ଧୱନଙ୍କ ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଥିଲା । ବର୍ତ୍ତମାନ ସେ ଗୋଟିଏ ସପ୍ତାହ ପାଇଁ ନିରୀକ୍ଷଣରେ ରହିବେ । ଟିମ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କ ବିକଳ୍ପ ନେଇ କୌଣସି ସୂଚନା ଦେଇ ନାହିଁ । ଧୱନଙ୍କ ଆଘାତ ନେଇ ଶେଷ ରିପୋର୍ଟ ଆସିବା ପରେ ଏ ନେଇ ଚିନ୍ତା କରିବ ମ୍ୟାନେଜମେଣ୍ଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @BCCI

ଧୱନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଟିମରେ ଯୋଗଦେବା ପାଇଁ ଏକ ସୁଯୋଗ ଦବା ପାଇଁ ସ୍ତିର କରିଛି ମ୍ୟାନେଜମେଣ୍ଟ । ସେହି ସମୟ ମଧ୍ୟରେ ଯଦି ଧୱନଙ୍କ ଆଘାତ ସମସ୍ୟାରେ ସୁଧାର ପରିଲକ୍ଷତି ହୁଏ ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଟିମରେ ଖେଳିବା ଜାରି ରଖିବେ । ନଚେତ ଋଷଭ ପନ୍ତ ଯାଇ ଧୱନଙ୍କ ସ୍ଥାନରେ ଖେଳି ପାରନ୍ତି ।

ଗୁରୁବାର ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳାଯିବ । ଜୁନ 16ରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ । ତେବେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ ମ୍ୟାଚରୁ ଧଓ୍ବନ ବିରତ ରହିବେ । ଯଦି ସେ ଫିଟ ହୋଇଯାଆନ୍ତି ତେବେ 22 ଜୁନରେ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚ ଖେଳିବେ ।

ତେବେ ଧୱନଙ୍କ ଆହତ ହେବା ପନ୍ତଙ୍କ ପାଇଁ ବିଶ୍ବକପରେ ଯୋଗ ଦେବା ନେଇ ନୂତନ ଆଶା ସଞ୍ଚାର କରିଛି । ବିଶ୍ବକପ ପାଇଁ ଟିମ ଚୟନ ସମୟରେ ଦିନେଶ କାର୍ତ୍ତୀକ 21 ବର୍ଷୀୟ ଏହି ଯୁବ ଖେଳାଳିଙ୍କୁ ପଛରେ ପକାଇ ବିଶ୍ବକପ ପାଇଁ ନିଜ ସ୍ଥାନ ପକ୍କା କରିଥିଲେ । ଏବେ କିନ୍ତୁ ସେ ପ୍ରସ୍ତୁତ ହୋଇ ରହିଛନ୍ତି ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଇଂଲଣ୍ଡ ଯିବାକୁ ପଡିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details