ଓଡିଶା

odisha

ETV Bharat / sports

ବିଶ୍ବକପ: ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ଆଜି ବିଶ୍ବକପରେ ଦୁଇଟି ମୁକାବିଲା । 2ୟ ମ୍ୟାଚରେ ଯୁବ ଆଫଗାନ ଦଳକୁ ଭେଟୁଛି ଦକ୍ଷିଣ ଆଫ୍ରିକା । ଉଭୟ ଦଳ ଆଜି ମ୍ୟାଚରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବେ ।

By

Published : Jun 15, 2019, 12:15 PM IST

ଡିଜାଇନ ଫଟୋ

କାର୍ଡିଫ୍ଫି: ଆଜି ବିଶ୍ବକପରେ ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଡିପେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ଭେଟୁଛି । ସେହିପରି 2ୟ ମ୍ୟାଚରେ ଯୁବ ଆଫଗାନ ଦଳକୁ ଭେଟୁଛି ଦକ୍ଷିଣ ଆଫ୍ରିକା । ତେବେ 3ଟି ମ୍ୟାଚ ଖେଳି 3ଟିରେ ପରାଜୟ ପାଇଥିବା ଦକ୍ଷିଣ ଆଫ୍ରିକା ଆଜି ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଯୁବ ଆଫଗାନିସ୍ତାନ ଦଳ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ହେଲେ ବି ମ୍ୟାଚ ଜିତିପାରି ନାହିଁ । ତେଣୁ ଆଜି ଯେଉଁ ଦଳ ପରାଜୟର ମୁହଁ ଦେଖୁଛି, ଉକ୍ତ ଦଳ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ମୁସକିଲ ହୋଇଯିବ ।

ଉଭୟ ଦଳ ପଏଣ୍ଟ ତାଲିକାର ନିମ୍ନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର 3ଟି ପରାଜୟ ହୋଇଥିବା ବେଳେ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ ବାତିଲ ହୋଇ ଦଳ ଏକ ପଏଣ୍ଟ ପାଇଛି । ସେହିପରି 3ଟି ମ୍ୟାଚ ଖେଳିଥିବା ଆଫଗାନ ଦଳ ମଧ୍ୟ 3ଟିରେ ପରାଜୟ ପାଇଛି । ଦଳ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ତେଣୁ ଉଭୟ ଦଳ ଆଜି ମ୍ୟାଚରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବେ ।

ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଏଡେନ ମାରକ୍ରାମ, କ୍ୱିଣ୍ଟନ ଡିକକ୍‌, ହାସିମ ଅମଲା, ରାସି ଭାନ ଡେର ଡୁସେନ, ଡେଭିଡ ମିଲର, କ୍ରିସ୍‌ ମୋରିସ୍‌, ଆଣ୍ଡିଲ ଫେଲୁକ୍ୱାୟୋ, ଜେ.ପି. ଡୁମିନି, ଡ୍ବେନ ପ୍ରିଟୋରିୟସ, ବେଉରନ ଡେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି, ଇମ୍ରାନ ତାହିର ଓ ତାବ୍ରେଜ ଶାମ୍‌ସି।

ଆଫଗାନିସ୍ତାନ: ଗୁଲବଦିନ ନାଇବ (ଅଧିନାୟକ), ନୁର ଅଲି ଜଡ୍ରାନ, ହଜରତୁଲ୍ଲା ଜାଜାଇ, ରହମତ ଶାହ, ଅସଘର ଆଫଗାନ, ହଶମାତୁଲ୍ଲା ଶହିଦି, ନାଜିବୁଲ୍ଲା ଜଡ୍ରାନ, ସମିଉଲ୍ଲା ଶିନଓ୍ବାରି, ମହମ୍ମଦ ନବୀ, ରସିଦ ଖାଁ, ଦଲତ ଜଡ୍ରାନ, ଅଫତାବ ଅଲମ, ହାମିଦ ହାସନ, ମୁଜିବ ଉର ରହମାନ ଓ ଇକରାମ ଅଲି ଖିଲ।

ABOUT THE AUTHOR

...view details