ଓଡିଶା

odisha

ETV Bharat / sports

ବିଶ୍ବକପ: ସର୍ଫରାଜ ସେନା ପାଇଁ ବିରାଟ ପରୀକ୍ଷା, ଦକ୍ଷିଣ ଆଫ୍ରିକାର ଔପଚାରିକ ମ୍ୟାଚ

ରବିବାର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ପାକିସ୍ତାନ-ଦକ୍ଷିଣ ଆଫ୍ରିକା ବିଶ୍ବକପ ମ୍ୟାଚ । ପାକିସ୍ତାନ ପାଇଁ କରା ବା ମର ସ୍ଥିତି ଥିବା ବେଳେ ଦକ୍ଷିଣ ଆଫ୍ରିକା ଔପଚାରିକ ମ୍ୟାଚ ଖେଳିବ ।

By

Published : Jun 23, 2019, 2:09 PM IST

ଡିଜାଇନ ଫଟୋ

ଲର୍ଡ୍ସ: ବିଶ୍ବକପରେ ଆଜି ମ୍ୟାଚର ଫଳାଫଳ ଉପରେ ନିର୍ଭର କରେ ପାକିସ୍ତାନର ସେମିଫାଇନାଲ ଆଶା । ପଏଣ୍ଟ ତାଲିକାର ସଦ୍ୟତମ ସ୍ଥିତିରୁ ସ୍ପଷ୍ଟ ହେଉଛି, ଦୁଇ ଦଳ ବିଶ୍ବକପ ସେମିଫାଇନାଲ ଲାଇନ ଅଫରୁ ପ୍ରାୟ ବାଦ ପଡିସାରିଛନ୍ତି । ଯଦିଓ ପାକିସ୍ତାନ ପକ୍ଷରେ ଆଗାମୀ 4ଟି ବିଜୟ ସହ ଏହି ସୁଯୋଗର ସମ୍ଭାବନା ସୃଷ୍ଟି ହେଉଛି, ମାତ୍ର ତାର ବାସ୍ତବିକ ଚିତ୍ର ସେତେଟା ସହଜ ନୁହେଁ । ଅନ୍ୟପଟେ ସେମି ରେସରୁ ସମ୍ପୂର୍ଣ୍ଣ ବାଦ ପଡିଥିବା ଅଣ୍ଡରଡଗ ଦକ୍ଷିଣ ଆଫ୍ରିକା ଆଜି ଔପଚାରିକ ମ୍ୟାଚ ଖେଳୁଛି । ଫଳରେ ରବିବାର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ ଦେଖିବା ଯୋଗ୍ୟ ହେବ । କାରଣ ପାକିସ୍ତାନ ପାଇଁ କରା ବା ମର ସ୍ଥିତି ଥିବା ବେଳେ ଦକ୍ଷିଣ ଆଫ୍ରିକା ନିର୍ଭିକ କ୍ରିକେଟ ଖେଳିବ ।

ତେବେ 6ଟି ମ୍ୟାଚ ଖେଳି ଗୋଟିଏ ବିଜୟ, 4ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ 3 ପଏଣ୍ଟ 8ମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ସେହିପରି 5ଟି ମ୍ୟାଚରୁ ସମାନ ବିଜୟ, 3ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ସମାନ ପଏଣ୍ଟ ପାଇ 9ମ ସ୍ଥାନରେ ରହିଛି ପାକିସ୍ତାନ । ତେଣୁ ଆଜି ମ୍ୟାଚ ସହ ଆଗାମୀ 3ଟି ମ୍ୟାଚକୁ ହାତେଇ ସେମି ଆଶା ଉଜ୍ଜୀବିତ ଆଶାରେ ରହିଛି ପାକ୍‌ ଦଳ । ଅନ୍ୟପଟେ ଶେଷ ମ୍ୟାଚରେ ଭାରତଠାରୁ ପରାଜୟର ଘା' ଏପର୍ଯ୍ୟନ୍ତ ଶୁଖି ନାହିଁ । ସୋସିଆଲ ମିଡିଆରେ ଆଜି ବି ଟ୍ରୋଲ ହେଉଛି ପାକ୍‌ ଦଳ । ଫଳରେ ଆଜି ମ୍ୟାଚ ଜିତି ଘା' ଶୁଖାଇବାକୁ ଚାହିଁବ ପାକିସ୍ତାନ । ଅନ୍ୟପଟେ ଔପଚାରିକ ମ୍ୟାଚ ଖେଳି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଇବା ଦକ୍ଷିଣ ଆଫ୍ରିକ ଦଳ ।

  • ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସ୍‌ନେନ, ଶାହିନ ଶାହ ଆଫ୍ରିଦୀ, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
  • ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ୍‌, ଏଡେନ ମାରକ୍ରାମ, ହାସିମ ଅମଲା, ଜେପି ଡୁମିନି, ଡେଭିଡ ମିଲର, କାଗିସୋ ରାବାଡ଼ା, ଡ୍ବେନ ପେରଟୋରିୟସ, ଆଣ୍ଡିଲ ଫେଲୁକ୍ୱାୟୋ, ତାବ୍ରେଜ ଶାମ୍‌ସି, ଇମ୍ରାନ ତାହିର, ଲୁନଗି ଏନ୍‌ଗିଡି, କ୍ରିସ୍‌ ମୋରିସ୍‌, ରାସି ଭାନ ଡେର ଡୁସେନ, ବେଉରନ ହେଣ୍ଡ୍ରିକ୍ସ।

For All Latest Updates

ABOUT THE AUTHOR

...view details