ଓଡିଶା

odisha

ETV Bharat / sports

ବିଶ୍ବକପ: ପାକିସ୍ତାନକୁ ସେମିରେ ପହଞ୍ଚାଇବ ଚମତ୍କାର !

ଶୁକ୍ରବାର ନିଜର ଶେଷ ଲିଗ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ପାକିସ୍ତାନ । ଆକାଶ କଇଁଆ ଚିଲିକା ମାଛ ପରି ପାକିସ୍ତାନର ସେମିଫାଇନାଲ ଭାଗ୍ୟ ।

By

Published : Jul 5, 2019, 1:32 PM IST

ଡିଜାଇନ ଫଟୋ

ଲର୍ଡ୍ସ: ଶୁକ୍ରବାର ନିଜର ଶେଷ ଲିଗ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ପାକିସ୍ତାନ । ଆକାଶ କଇଁଆ ଚିଲିକା ମାଛ ପରି ପାକିସ୍ତାନର ସେମିଫାଇନାଲ ଭାଗ୍ୟ । ପଏଣ୍ଟ ତାଲିକାରେ 9 ପଏଣ୍ଟ ସହ 5ମ ସ୍ଥାନରେ ରହିଛି ପାକିସ୍ତାନ । ପଏଣ୍ଟ ଟେବୁଲ ରନ ରେଟ ଗଣିତ କହୁଛି, ଯଦି ଶୁକ୍ରବାର ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ବାଂଲାଦେଶ ଆଗରେ 350ରନ ବିଜୟ ଲକ୍ଷ୍ୟ ରଖୁଛି ଓ ବାଂଲାଦେଶକୁ 39ରନ ପୂର୍ବରୁ ଅଲଆଉଟ କରୁଛି, ତେବେ ଯାଇ ପାକିସ୍ତାନକୁ ସେମିଫାଇନାଲ ଟିକେଟ ମିଳିପାରିବ । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପଏଣ୍ଟ ଟେବୁଲର ପ୍ରଥମ 3ଟି ଦଳ ଅର୍ଥାତ ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ସେମିଟିକେଟ୍‌ ହାତେଇ ସାରିଛନ୍ତି । 4ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଦଳ ସେମିଫାଇନାଲ ଖେଳିବା ଏକ ପ୍ରକାର ପକ୍କା ହୋଇସାରିଲାଣି । ତେଣୁ ପାକିସ୍ତାନର ସେମିଫାଇନାଲ ଆଶା ଏକ ପ୍ରକାର ଅସମ୍ଭବ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବା ଅପରିହାର୍ଯ୍ୟ ହୋଇପଡିଛି । ଆଉ ଟସ୍‌ ହାରିଲେ ପାକିସ୍ତାନର ସେମିରାସ୍ତା ବନ୍ଦ ହୋଇଯିବା ।

ଅନ୍ୟପଟେ ନ୍ୟୁଜିଲାଣ୍ଡ 9ଟି ମ୍ୟାଚ୍‌ ଖେଳି 5ବିଜୟ, 3 ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ 11 ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ବୁଧବାର ଇଂଲଣ୍ଡଠାରୁ ବୃହତ୍‌ 119 ରନରେ ପରାସ୍ତ ହୋଇଥିଲେ ମଧ୍ୟ ନେଟ୍‌ ରନ୍‌ରେଟ୍‌ରେ ପାକିସ୍ତାନଠାରୁ ବହୁ ଉଚ୍ଚରେ ରହିଛି । ନ୍ୟୁଜିଲାଣ୍ଡର ନେଟ୍‌ ରନ୍‌ଟେ୍‌ +0.175ରହିଥିବା ବେଳେ ପାକିସ୍ତାନର -0.792ରହିଛି ।

  • ପାକିସ୍ତାନ ଦଳ:ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜାମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନୈନ, ଶାହିନ ଶାହ ଆଫ୍ରିଦି, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲ୍ଲୀ ।
  • ବାଂଲାଦେଶ ଦଳ:ମଶ୍ରାଫି ମୋର୍ତ୍ତାଜା (ଅଧିନାୟକ), ତାମିମ ଇକବାଲ, ସୌମ୍ୟ ସରକାର, ସାକିବ ଅଲ ହାସନ, ମୁସ୍‌ଫିକର ରହିମ୍‌, ମହମୁଦୁଲ୍ଲା ରିୟାଦ, ସବର ରହମାନ, ମେହେଦି ହାସନ ମିରାଜ, ମୋସାଡେକ ହୋସେନ, ମହମ୍ମଦ ସୈଫୁଦ୍ଦିନ, ମୁସ୍ତାଫିଜୁର ରହମାନ, ରୁବେଲ ହୋସେନ, ଲିଟନ କୁମାର ଦାସ, ଅବୁ ଜାଏଦ ଓ ମହମ୍ମଦ ମିଥୁନ ।

For All Latest Updates

ABOUT THE AUTHOR

...view details