ନଟିଂହାମ: ଫୁଲ ଫର୍ମରେ ପାକିସ୍ତାନର ଟପ-ଫାଇଭ୍ । ପୂର୍ବ ମ୍ୟାଚରେ ଲଜ୍ଜ୍ୟାଜନକ ସ୍କୋର ପରେ ଆଜି ବିଶ୍ବକପର 6ଷ୍ଠ ମ୍ୟାଚରେ ଟ୍ରାକକୁ ଫେରିଛି ପାକିସ୍ତାନ । ନିର୍ଦ୍ଧାରିତ 50ଓଭରରେ 8ୱିକେଟ ହରାଇ 348ରନ କରିଛି ପାକ୍ ଦଳ । ଦଳ ପକ୍ଷରୁ ସର୍ବାଧିକ 84ରନ କରିଛନ୍ତି ମହମ୍ମଦ ହାଫିଜ୍ ।
ବିଶ୍ବକପ: ଟ୍ରାକ୍କୁ ଫେରିଲା ପାକିସ୍ତାନ, ଇଂଲଣ୍ଡକୁ ଦେଲା 349 ରନ ଟାର୍ଗେଟ - Pakistan
ବିଶ୍ବକପରେ ନିର୍ଦ୍ଧାରିତ 50ଓଭରରେ 8ୱିକେଟ ହରାଇ 348ରନ କରିଛି ପାକ୍ ଟିମ । ଦଳ ପକ୍ଷରୁ ସର୍ବାଧିକ 84ରନ କରିଛନ୍ତି ମହମ୍ମଦ ହାଫିଜ୍ ।
ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନର ଦୁଇ ଓପନର ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟରେ ଫକର ଜମାନ ଓ ଇମାମ ଉଲ ହକ୍ 82ରନ କରିଥିଲେ । 58ବଲରୁ 44 ରନ କରିଥିଲେ ଓପନର ଇମାମ ଉଲ ହକ୍ । ସେହିପରି ଫକର ଜମାନ୍ 40 ବଲରୁ 36ରନ କରିଛନ୍ତି । ସେହିପରି ମହମ୍ମଦ ହାଫିଜ୍(84) ଓ ଅଧିନାୟକ ସର୍ଫରାଜ (55) ରନର ପାଳି ଖେଳିଛନ୍ତି । ଅନ୍ୟପଟେ ପ୍ରଥମ ମ୍ୟାଚ ଖେଳିନଥିବା ଅଭିଜ୍ଞ ସୋଏବ ମଲ୍ଲିକ କିନ୍ତୁ ଆଜି ଫେଲ ମାରିଛନ୍ତି । ସେ 8ଟି ବଲ ଖେଳି ସମାନ 8ରନ କରିଛନ୍ତି । ଦଳ ପକ୍ଷରୁ ହାସନ ଅଲ୍ଲୀ ଓ ଶାଦବ ଖାନ୍ 10ରନ ଲେଖାଁଏ କରି ଅପାରିଜତ ରହିଛନ୍ତି ।
ତେବେ ଆୟୋଜକ ଦଳ ପକ୍ଷରୁ କ୍ରିସ ୱକ୍ସ, ମୋଇନ ଅଲ୍ଲୀ 3ଟି ଲେଖାଏଁ ୱିକେଟ ନେଇଛନ୍ତି । ଅନ୍ୟପଟେ ବେନ ଷ୍ଟୋକ 53ରନ ବ୍ୟୟରେ 2ଟି ୱିକେଟ ନେଇଛନ୍ତି । ଦଳର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେ 10 ଓଭରର ବୋଲିଂ କରି 79ରନ ଦେଇଥିବା ବେଲେ କୌଣସି ୱିକେଟ ନେଇ ନାହାନ୍ତି ।