ଓଡିଶା

odisha

ETV Bharat / sports

ଦାଏର ହେଲା ଯାଚିକା, ବ୍ୟାନ ହେବ ପାକିସ୍ତାନ ଟିମ !

ବିଶ୍ବକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ରାଗି ଯାଇଛନ୍ତି ପାକିସ୍ତାନୀ ଫ୍ୟାନ । ରାଗ ଏତେ ପରିମାଣରେ ରହିଛି ଯେ ଜଣେ ଫ୍ୟାନ ପାକିସ୍ତାନ ଟିମ ତଥା ଚୟନ କମିଟିକୁ ବ୍ୟାନ କରିବା ପାଇଁ କୋର୍ଟରେ ପିଟିସନ ଦାଏର କରିଛନ୍ତି ।

By

Published : Jun 18, 2019, 10:19 PM IST

Updated : Jun 18, 2019, 11:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @ICC

ନୂଆଦିଲ୍ଲୀ: ବିଶ୍ବକପରେ ଭାରତ ବିପକ୍ଷରେ ପରାଜୟ ପରେ ଯେମିତି ନିଆଁ ଲାଗିଯାଇଛି ପାକିସ୍ତାନୀ ଫ୍ୟାନ୍ସଙ୍କ ମନରେ । ପାକିସ୍ତାନର ସମସ୍ତ ପରାଜୟ ତାଙ୍କୁ ଯେତିକି ଦୁଃଖ ଦେଇନଥିଲା, ଭାରତ ଠାରୁ ପରାଜୟ ପାକ୍ ଫ୍ୟାନ୍ସଙ୍କୁ ଅଧିକ ହତାସ ଓ ନିରାଶ କରିଛି । ତେବେ ଏହି ପରାଜୟ ପରେ ରାଗରେ ନିଆଁବାଣ ହୋଇ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନ ପାକିସ୍ତାନ କ୍ରିକେଟ ଟିମ ସହ ଚୟନ କମିଟିକୁ ବ୍ୟାନ କରିବା ପାଇଁ ଲାହୋରସ୍ଥିତ ଗୁରଜନୱାଲା ସିଭିଲ କୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି ।

ଭାରତଠୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି । ରବିବାର ମଞ୍ଚେଷ୍ଟର ଠାରେ ଭାରତ ଠାରୁ 89 ରନରେ ହାରିବା ପରେ ପୂର୍ବତନ ଖେଳାଳି ମାନେ ମଧ୍ୟ ଖୁବ ସମାଲୋଚନା କରିଛନ୍ତି ପାକିସ୍ତାନ ଟିମକୁ । 5 ଟି ମ୍ୟାଚରୁ 3 ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଛି ପାକ ।

ପିଟିସନ ଦାଖଲ କରିଥିବା ବ୍ୟକ୍ତି ଯାହାଙ୍କ ନାଁ ଜଣା ପଡିନାହିଁ । ବର୍ତ୍ତମାନ ବିଶ୍ବକପ ଖେଳୁଥିବା ଟିମକୁ ବ୍ୟାନ କରିବା ସହ ଇଞ୍ଜାମାମ-ଉଲ-ହକଙ୍କ ନେତୃତ୍ୱାଧିନ ଚୟନ କମିଟିକୁ ମଧ୍ୟ ବ୍ୟାନ କରିବା ପାଇଁ ଅପିଲ କରିଛନ୍ତି । ପାକିସ୍ତାନର ଏକ ଗଣମାଧ୍ୟମ ସାମା(SAMAA) ଏହି ସୂଚନା ଦେଇଛି । ପିଟିସନକୁ ଆଧାର କରି ଗୁରଜନ ସିଭିଲ କୋର୍ଟ ବିଚାରପତି ପାକିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକର୍ତ୍ତାଙ୍କୁ ସମନ ଜାରି କରିଥିବା ଜଣାପଡିଛି ।

ଏତିକିବେଳେ, ଖବର ସାମ୍ନାକୁ ଆସିଛି ଯେ ଲାହୋର ଠାରେ ବୁଧୁବାର ହେବାକୁ ଥିବା ପିସିବିର ଗଭର୍ନିଂ ବୋର୍ଡର ବୈଠକରେ ଟିମ ମ୍ୟାନେଜମେଣ୍ଟର ବଡ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି । ମ୍ୟାନେଜମେଣ୍ଟର କେତେକ ସଦସ୍ୟଙ୍କ ସହ କୋଚଙ୍କୁ ମଧ୍ୟ ବିଦା କରିବା ପାଇଁ ଚିନ୍ତା କରୁଛି । କୋଚ ମିକି ଆର୍ଥର, ଟିମ ମ୍ୟାନେଜର ତଲତ ଅଲୀ, ବୋଲିଂ କୋଚ ଅଜହର ମେହମୁଦଙ୍କ ସହ ସମ୍ପୂର୍ଣ୍ଣ ଚୟନକର୍ତ୍ତା କମିଟିକୁ ମଧ୍ୟ ବିଦା କରାଯାଇପାରେ ।

ପିସିବି ମ୍ୟାନେଜିଙ୍କ ଡାଇରେକ୍ଟର ୱସିମ ଖାନ ନିଜ ବିଦେଶ ଯାତ୍ରା ରଦ୍ଦ କରି ବୁଧବାର ହେବାକୁ ଥିବା ବୋର୍ଡର ବୈଠକରେ ଭାଗ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 18, 2019, 11:05 PM IST

ABOUT THE AUTHOR

...view details