ଓଡିଶା

odisha

ETV Bharat / sports

ବିଶ୍ବକପ: ଭାରତର ସେମି କଣ୍ଟା ତୟାର କରିବ ଅଷ୍ଟ୍ରେଲିଆ

ପଏଣ୍ଟ ଟେବୁଲର ଟପ ସ୍ଥାନ ପାଇଁ ଶନିବାର ହେବ ଡବଲ ମୁକାବିଲା । ଭାରତୀୟ ସମୟ 3ଟାରେ ଆରମ୍ଭ ହେବାକୁ ଥିବା ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ବିରାଟ ବାହିନୀ । ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଅଷ୍ଟ୍ରେଲିଆ ।

By

Published : Jul 6, 2019, 11:43 AM IST

ଡିଜାଇନ ଫଟୋ

ଲଣ୍ଡନ: ଶେଷ ଦିନରେ ବିଶ୍ବକପ ମହାସମରର ଲିଗ ପର୍ଯ୍ୟାୟ । ଶନିବାର ପଏଣ୍ଟ ଟେବୁଲର ଟପ ସ୍ଥାନ ପାଇଁ ହେବ ଦୁଇଟି ମୁକାବିଲା । ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଓ ବିଶ୍ବକପ ହଟ୍‌ ଫେଭରେଟ୍ ଭାରତ ନିଜ ନିଜର ଶେଷ ଲିଗ୍‌ ମ୍ୟାଚ ଖେଳିବେ । ଭାରତୀୟ ସମୟ 3ଟାରେ ଆରମ୍ଭ ହେବାକୁ ଥିବା ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ବିରାଟ ବାହିନୀ । ସେହିପରି 2ୟ ମ୍ୟାଚରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ ଗତ ଥର ଚମ୍ପିଆନ ଅଷ୍ଟ୍ରେଲିଆ ।

ଡିଜାଇନ ଫଟୋ

ତେବେ ଆଜିର ଦୁଇଟି ମ୍ୟାଚର ଫଳାଫଳ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ କରିବ । ଯଦି ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହେଉଛି ଓ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେଉଛି, ତେବେ 15 ପଏଣ୍ଟ ସହ ଟେବୁଲ ଟପର ହେବ ଭାରତ ।

ଡିଜାଇନ ଫଟୋ

ଆଉ ଏମିତି ହେଲେ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡକୁ ଭେଟିବ । ମାତ୍ର ଯଦି 2ୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହେଉଛି, ତେବେ 16 ପଏଣ୍ଟ ସହ ପଏଣ୍ଟ ଟେବୁଲ ଟପରେ ରହିବ କଙ୍ଗାରୁ ଦଳ । ଫଳରେ ସେମିଫାଇନାଲରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଓ ଭାରତ-ଇଂଲଣ୍ଡ ମୁକାବିଲା ହେବ । ଆଉ ଏମିତି ହେଲେ ଭାରତ ପାଇଁ ସେମିଫାଇନାଲ ଲଢେଇ କାଣ୍ଟେ କି ଟକ୍କର ସଦୃଶ ହେବ । କାରଣ ଚଳିତ ବିଶ୍ବକପରେ ଭାରତକୁ କେବଳ ଧୂଳିଚଟାଇଥିବା ଦଳ ହେଉଛି ଆୟୋଜକ ଇଂଲଣ୍ଡ ।

ତେଣୁ ଭାରତର ସେମିଫାଇନାଲ କଣ୍ଟା ଆଜି କଙ୍ଗାରୁ ଦଳର ବିଜୟ-ପରାଜୟ ଉପରେ ନିର୍ଭର କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details