ହାଇଦ୍ରାବାଦ: ବିଶ୍ବକପର 3ୟ ମ୍ୟାଚରେ ଶ୍ରୀଲଙ୍କାକୁ 10ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା 136ରନରେ ସମସ୍ତ ୱିକେଟ ହରାଇ ବସିଥିଲା । ଦଳ ପକ୍ଷରୁ ଅଧିନାୟକ କରୁଣାରତ୍ନେ 84ଟି ବଲରୁ ସର୍ବାଧିକ 52ରନ କରିଥିଲେ ।
ଅପରାଜିତ କରୁଣାରତ୍ନେ - srilanka
ପ୍ରଥମେ ବ୍ୟାଟିଂ କରି ଅଲଆଉଟ ହୋଇଯାଇଥିବା ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦିମୁଥ କରୁଣାରତ୍ନେ ଓପନିଂ ବ୍ୟାଟିଂ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତେବେ ଏହିପରି ଅପରାଜିତ ରହିବାରେ ବିଶ୍ବକପରେ କରୁଣାରତ୍ନେ ଦ୍ବିତୀୟ ବ୍ୟାଟ୍ସମ୍ୟାନ ବନିଛନ୍ତି ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
କରୁଣାରତ୍ନେଙ୍କ ଏହି 52 ରନ ବିଶ୍ବକପରେ ଏକ ରେକର୍ଡ ସୃଷ୍ଟି କରିଛି । କଥାଟି ହେଲା ପ୍ରଥମେ ବ୍ୟାଟିଂ କରି ଅଲଆଉଟ ହୋଇଯାଇଥିବା ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦିମୁଥ କରୁଣାରତ୍ନେ ଓପନିଂ ବ୍ୟାଟିଂ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ତେବେ ଏଭଳି କରିବାରେ କରୁଣାରତ୍ନେ ବିଶ୍ବକପରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ବନିଛନ୍ତି । ତାଙ୍କ ପୂର୍ବରୁ 1999 ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜର ରିଡଲେ ଜ୍ୟାକବ୍ସ (49) ଏହି ରେକର୍ଡ ନିଜ ନାମରେ କରିଥିଲେ ।