ଓଡିଶା

odisha

ETV Bharat / sports

ବିଶ୍ବକପ: ବିଶ୍ବକୁ ମିଳିବ ନୂଆ ବିଶ୍ବ ବିଜେତା - newzeland

ଆସନ୍ତୁ, ନଜର ପକାଇବା 1975ରୁ 2015 ପର୍ଯ୍ୟନ୍ତ କେଉଁ ସବୁ ଦଳ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା, ଆଉ କେଉଁ ଦଳ ଜିତିଥିଲା ଟାଇଟଲ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jul 14, 2019, 4:25 AM IST

ଲର୍ଡ୍ସ: ଦୀର୍ଘ 44 ବର୍ଷର କ୍ରିକେଟ ଇତିହାସରେ କେବେ ହେଲେ ବିଶ୍ବକପ ଜିତିନଥିବା ଦୁଇ ଦଳ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପର ଫାଇନାଲ ମ୍ୟାଚ ଖେଳୁଛନ୍ତି । ତେବେ 44 ବର୍ଷ ପରେ ବିଶ୍ବ ଦେଖିବ ନୂଆ ବିଶ୍ବ ବିଜେତାଙ୍କୁ ।

2015ରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରନର୍ସ ଅପ ହୋଇଥିଲା । ସେହିପରି 4ର୍ଥର ପାଇଁ ଫାଇନାଲ ଖେଳୁଥିବା ଇଂଲଣ୍ଡ ମଧ୍ୟ କେବେ ହେଲେ ବିଶ୍ବକପ ଟାଇଟଲ ତୋଳି ଧରି ନାହିଁ । 1997, 1987 ଓ 1992ରେ ଫାଇନାଲ ଖେଳିଥିଲା ଇଂଲିସ ଦଳ ।

ତେବେ ଆସନ୍ତୁ ନଜର ପକାଇବା 1975ରୁ 2015 ପର୍ଯ୍ୟନ୍ତ କେଉଁ ସବୁ ଦଳ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା ଆଉ କେଉଁ ଦଳ ଜିତିଥିଲା ଟାଇଟଲ ।

  • 1975-ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ, ବିଜୟୀ- ୱେଷ୍ଟଇଣ୍ଡିଜ
  • 1997-ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ,ବିଜୟୀ- ୱେଷ୍ଟଇଣ୍ଡିଜ
  • 1983- ଭାରତ ବନାମ ୱେଷ୍ଟଇଣ୍ଡିଜ,ବିଜୟୀ- ଭାରତ
  • 1987- ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ବିଜୟୀ- ଅଷ୍ଟ୍ରେଲିଆ
  • 1992- ଇଂଲଣ୍ଡ ବନାମ ପାକିସ୍ତାନ, ବିଜୟୀ- ପାକିସ୍ତାନ
  • 1996- ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା, ବିଜୟୀ- ଶ୍ରୀଲଙ୍କା
  • 1999- ଅଷ୍ଟ୍ରେଲିଆ ବନାମ ପାକିସ୍ତାନ, ବିଜୟୀ- ଅଷ୍ଟ୍ରେଲିଆ
  • 2003- ଅଷ୍ଟ୍ରେଲିଆ ବନାମ ଭାରତ, ବିଜୟୀ- ଅଷ୍ଟ୍ରେଲିଆ
  • 2007-ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା, ବିଜୟୀ- ଅଷ୍ଟ୍ରେଲିଆ
  • 2011-ଭାରତ ବନାମ ଶ୍ରୀଲଙ୍କା, ବିଜୟୀ- ଭାରତ
  • 2015- ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ, ବିଜୟୀ- ଅଷ୍ଟ୍ରେଲିଆ
  • 2019- ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ, ବିଜୟୀ ?

For All Latest Updates

ABOUT THE AUTHOR

...view details