ଲଣ୍ଡନ: ଶେଷ ପର୍ଯ୍ୟାୟରେ ବିଶ୍ବକପ ମହାସମରର ଲିଗ୍ ମ୍ୟାଚ । ସେମିଫାଇନାଲ ଲାଇନ ଅପ୍ ଏକ ପ୍ରକାର ଚୂଡାନ୍ତ ହୋଇସାରିଲାଛି । କେଉଁ 4ଟି ଦଳ ସେମିରେ ପହଞ୍ଚିଲେ ତା ଉପରୁ ଉଠିଯାଇଛି ପରଦା ! ତେବେ ଏହା ଭିତରେ ଏବେ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ।
- ସେମିଫାଇନାଲରେ କାହାକୁ ଭେଟିବ ଭାରତ ?
- ଭାରତ ପାଇଁ କଣ ହେବ ସେମିଫାଇନାଲ ଲାଇନ ଅପ୍ ?
- ଭାରତ ବନାମ ନ୍ୟୁଜିଲାଣ୍ଡ ନା ଭାରତ ବନାମ ଇଂଲଣ୍ଡ !
ତେବେ ପଏଣ୍ଟ ଟେବୁଲର ପ୍ରଥମ 3ଟି ଦଳ ଅର୍ଥାତ ଅଷ୍ଟ୍ରେଲିଆ, ଇଣ୍ଡିଆ ଓ ଇଂଲଣ୍ଡ ସେମିଟିକେଟ୍ ହାତେଇ ସାରିଛନ୍ତି । 4ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଦଳ ସେମିଫାଇନାଲ ଖେଳିବା ଏକ ପ୍ରକାର ପକ୍କା ହୋଇସାରିଲାଣି । କାରଣ 5ମ ସ୍ଥାନରେ ଥିବା ପାକିସ୍ତାନ ପାଇଁ ସେମିଫାଇନାଲ ଖେଳିବା ଏକ ଅବାସ୍ତବାତା ହୋଇ ପଡିଛି । ପଏଣ୍ଟ ଟେବୁଲ ରନ ରେଟ ଗଣିତ କହୁଛି, ଯଦି ଶୁକ୍ରବାର ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ବାଂଲାଦେଶ ଆଗରେ 350ରନ ବିଜୟ ଲକ୍ଷ୍ୟ ରଖୁଛି ଓ ବାଂଲାଦେଶକୁ 39ରନ ପୂର୍ବରୁ ଅଲଆଉଟ କରୁଛି, ତେବେ ଯାଇ ପାକିସ୍ତାନକୁ ସେମିଫାଇନାଲ ଟିକେଟ ମିଳିପାରିବ । ଆଉ ଟସ୍ ହାରିଲେ ପାକିସ୍ତାନର ସେମିରାସ୍ତା ବନ୍ଦ ହୋଇଯିବ । ତେଣୁ ଏପରି କ୍ଷେତ୍ରରେ 4ର୍ଥ ଦଳ ଭାବେ ନ୍ୟୁଜିଲାଣ୍ଡ ହିଁ ସେମିଫାଇନାଲକୁ ଉନ୍ନିତ ହେବ ।
ଅନ୍ୟପଟେ ରାଉଣ୍ଡ ରିବନ ଫର୍ମାଟରେ ଖେଳାଯାଉଥିବା ଏହି ବିଶ୍ବକପରେ ପଏଣ୍ଟ ଟେବୁଲର ପ୍ରଥମ ଦଳ 4ର୍ଥ ସ୍ଥାନରେ ଥିବା ଦଳକୁ ଭେଟିବ । ସେହିପରି 2ୟ ସ୍ଥାନରେ ଥିବା ଦଳ 3ୟ ଦଳକୁ ଭେଟିବ । ତେବେ ଭାରତ ଓ ଅଷ୍ଟ୍ରେଲିଆର ଆଉ ଗୋଟିଏ ଗୋଟିଏ ମ୍ୟାଚ ବାକି ଥିବାରୁ ପଏଣ୍ଟ ଟେବୁଲରେ ଅଦଳ ବଦଳ ହେବାର ସମ୍ଭାବନା ରହିଛି ।