ଲଣ୍ଡନ: ବିଶ୍ବବିଜେତା ହୋଇଛି ଆୟୋଜକ ଇଂଲଣ୍ଡ । ଦୁଇଟି ଯାକ ଇଂନିସ ଓ ସୁପର ଓଭର ଟାଇ ହେବା ପରେ ଅଧିକ ବାଉଣ୍ଡ୍ରୀ ଆଧାରରେ ବିଜୟୀ ହୋଇଛି ଆୟୋଜକ ଦଳ । ମାତ୍ର ଏହା ପୂର୍ବରୁ ଅମ୍ପାୟାର କୁମାର ଧର୍ମସେନାଙ୍କ ଦ୍ବାରା ହୋଇଥିବା ଭୁଲ ପାଇଁ ନ୍ୟୁଜିଲାଣ୍ଡକୁ ସୁପରଓଭରର ଖେଳିବାକୁ ପଡିଥିଲା । ତେବେ ଏହାକୁ ଖୁଲାସ କରିଛନ୍ତି 5ଥରର ଆଇସିସି ଅମ୍ପାୟାର ବିଜେତା ସାଇମନ ଟଫେଲ ।
ବିଶ୍ବକପ: ଅମ୍ପାୟାରଙ୍କ ଭୁଲ ପାଇଁ ହାରିଲା ନ୍ୟୁଜିଲାଣ୍ଡ, ଖୁଲାସା କଲେ ସାଇମନ ଟଫେଲ - Umpire
ଗପ୍ଟିଲଙ୍କ ଓଭରର ଥ୍ରୋରେ ଇଂଲଣ୍ଡକୁ ମିଳିଥିବା 6 ରନ ଭୁଲ ଅଟେ । ସେଠାରେ ଇଂଲଣ୍ଡକୁ 5ରନ ମିଳିବାର ଥିଲା ଓ ବେନ ଷ୍ଟୋକ ପୁଣିଥରେ ଷ୍ଟ୍ରାଇକ ଏଣ୍ଡକୁ ଯିବାର ନଥିଲା । ଏହାକୁ ଖୁଲାସ କରିଛନ୍ତି 5ଥରର ଆଇସିସି ଅମ୍ପାୟାର ବିଜେତା ସାଇମନ ଟଫେଲ ।
ସେ କହିଛନ୍ତି, ଉକ୍ତ ଓଭରର ଥ୍ରୋରରେ ଇଂଲଣ୍ଡକୁ ମିଳିଥିବା 6ରନ ଭୁଲ ଅଟେ । ସେଠାରେ ଇଂଲଣ୍ଡକୁ 5ରନ ମିଳିବାର ଥିଲା ଓ ବେନ ଷ୍ଟୋକ ପୁଣିଥରେ ଷ୍ଟାଇକର ଏଣ୍ଡକୁ ଯିବାର ନଥିଲା । ତେବେ ଏହା ହେଉଛି ଗତକାଲିର ଚର୍ଚ୍ଚିତ ଘଟଣା । ଯାହା ମ୍ୟାଚର ମୋଡକୁ ବଦଳାଇ ଦେଇଥିଲା । 3ବଲରେ ଇଂଲଣ୍ଡକୁ ବିଜୟ ପାଇଁ 9ରନ ଆବଶ୍ୟକ ହେଉଥିଲା । ବେନ ଷ୍ଟୋକ୍ସ ମିଡ ୱିକେଟ ଉପରେ ଏକ ଶର୍ଟ ଖେଳି ଦୁଇ ରନ ନେବାକୁ ପ୍ରୟାସ କକରୁଥିଲେ । ଏତିକି ବେଳେ ବଲଟିକୁ ଧରି ମାର୍ଟିନ ଗୁପ୍ଟିଲ କିପରଏଣ୍ଡକୁ ଥ୍ରୋ କରିଥିଲେ । ମାତ୍ର ଡ୍ରାଇଭ ମାରି ଲାଇନ କ୍ରସ୍ କରୁଥିବା ଷ୍ଟୋକ୍ସଙ୍କ ବ୍ୟାଟରେ ବଲ ବାଜି 4ରନ ହୋଇଯାଇଥିଲା । ଫଳରେ ଅମ୍ପାୟାର କୁମାର ଧର୍ମାସେନା ଇଂଲଣ୍ଡକୁ ଏହି ଓଭର ଥ୍ରୋରେ 4ରନ ଓ ବ୍ୟାଟମ୍ୟାନ ଅକ୍ତିଆର କରିଥିବା ଦୁଇ ରନ ଦେଇଥିଲେ । ଯାହାକି ନିୟମ ବାହାରେ ।
କାରଣ ଟଫେଲ କହିବାକଥା ନିୟମ ଏମିତି କହୁଛି,
- ପେନାଲ୍ଟି ରନ ସହ ବ୍ୟାଟ୍ସମ୍ୟାନର ରନ କେବଳ ସେହି ସମୟରେ ଗଣାଯିବ ଯେତେବେଳେ ବ୍ୟାଟ୍ସମ୍ୟାନ ଥ୍ରୋ ହେବା ପୂର୍ବରୁ ରନ ନେବାକୁ ଦୌଡିଥିବ । ତେଣୁ ଏହି କ୍ଷେତ୍ରରେ ଇଂଲଣ୍ଡକୁ ଉକ୍ତ ଓଭର ଥ୍ରୋ ଓ ଗୋଟିଏ ରନ ମିଶି 5ରନ ମିଳିବାର ଥିଲା । କାରଣ 2ୟ ରନ ପାଇଁ ଷ୍ଟୋକ୍ସ ଥ୍ରୋ ପରେ ଦୌଡିଥିଲେ । ତେଣୁ ଏହି ରନ ତାଙ୍କୁ ମିଳିବା ନିମୟ ବିରୋଧ । ଏଥି ସହିତ ବେନ ଷ୍ଟୋକ୍ସ ପୁଣିଥରେ ଷ୍ଟାଇକ୍ ପାଇବା ମଧ୍ୟ ଭୁଲ ଅଟେ ।
- ତେବେ ଏଥିରୁ ସ୍ପଷ୍ଟ ହେଉଛି ବିଶ୍ବକପରେ ପୁଣିଥରେ ଦୁର୍ବଳ ଅମ୍ପେୟାରିଂ ଗୋଟିଏ ଦଳକୁ ବିଶ୍ବବିଜେତା କରିବାରୁ ରୋହକି ଦେଲା । ଉକ୍ତ ଅତିରିକ୍ତ ଗୋଟିଏ ରନ ପାଇଁ ନ୍ୟୁଜିଲାଣ୍ଡକୁ ସୁପର ଓଭରର ଖେଳିବାକୁ ପଡିଥିଲା ।