ଓଡିଶା

odisha

INDvsSL: ଇନ୍ଦୋରରେ ବିରାଟ ବାହିନୀ-ମାଲିଙ୍ଗା ସେନା

By

Published : Jan 6, 2020, 10:31 PM IST

ଇନ୍ଦୋରରେ ଭାରତ-ଶ୍ରୀଲଙ୍କା ମଧ୍ୟରେ 2ୟ ଟି-20 ମ୍ୟାଚ । ଏନେଇ ଉଭୟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି । ଦେଖନ୍ତୁ ଭିଡିଓ...

INDvsSL
INDvsSL

ଇନ୍ଦୋର: ସ୍ଥାନୀୟ ହୋଲକର କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିନ ଭାରତ-ଶ୍ରୀଲଙ୍କା ମଧ୍ୟରେ 2ୟ ଟି-20 ମ୍ୟାଚ ଖେଳାଯିବ ।

ଏନେଇ ଉଭୟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି । ବିମାନବନ୍ଦରରୁ କଡା ସୁରକ୍ଷାରେ ଖେଳାଳିଙ୍କୁ ହୋଟେଲ ନିଆଯାଇଛି । ତେବେ 2ଘଣ୍ଟା ବିଳମ୍ବରେ କ୍ରିକେଟ ଟିମ ବିମାନବନ୍ଦରରେ ପହଞ୍ଚିଥିଲେ । ସେମାନଙ୍କୁ ଦେଖିବା ପାଇଁ ଏୟାରପୋର୍ଟ ବାହାରେ ଫ୍ୟାନ୍ସମାନଙ୍କ ଭିଡ ଜମିଥିଲା । ସୂଚନାଥାଉକି, ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି । ଏହି କାରଣରୁ 3ମ୍ୟାଚ ବିଶିଷ୍ଟ ଟି-20ସିରିଜର 2ୟ ମ୍ୟାଚ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ।

ଇନ୍ଦୋରରେ ଭାରତ-ଶ୍ରୀଲଙ୍କା ଟିମ

ରବିବାର ଦିନ ଗୌହାଟୀରେ ବର୍ଷା ଯୋଗୁଁ ପ୍ରଥମ ଟି-20 ମ୍ୟାଚକୁ ରଦ୍ଦ କରାଯାଇଛି । ନିର୍ଦ୍ଧାରିତ ସମୟରେ ଟସ୍‌ ପଡିଥିଲା । ଏହାପରେ ପ୍ରବଳ ବର୍ଷା ହେବା କାରଣରୁ ମ୍ୟାଚ ଆରମ୍ଭ ହୋଇପାରିଲା ନାହିଁ ।

ଇନ୍ଦୋରରେ ମଙ୍ଗଳବାର ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏପଟେ ସୁରକ୍ଷାକୁ ନଜରରେ ରଖି ଷ୍ଟାଡିୟମର ଭିତର ଓ ବାହାରେ 1500 ଯବାନ ମୁତୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details