ଓଡିଶା

odisha

ETV Bharat / sports

ସେହୱାଗଙ୍କ ତିନୋଟି ମନ୍ତ୍ର: ଆବେଦନ, ନିବେଦନ, ତାପରେ ଦେ ଦନା ଦନ

ପୁଣି ଭାଇରାଲ ହେଲା ବିରେନ୍ଦ୍ର ସେହୱାଗଙ୍କ ମଜାଳିଆ ଭିଡିଓ । ସେୟାର କଲେ ଜୀବନର ତିନୋଟି ମନ୍ତ୍ର । ଅଧିକ ପଢ଼ନ୍ତୁ...

virendra sehwags, sehwag's video goes viral, social media,  ସେହୱାଗଙ୍କ ତିନୋଟି ମନ୍ତ୍ର, ବିରେନ୍ଦ୍ର ସେହୱାଗ, ଆବେଦନ, ନିବେଦନ, ତାପରେ ଦେ ଦନାଦନ
ସେହୱାଗଙ୍କ ତିନୋଟି ମନ୍ତ୍ର: ଆବେଦନ, ନିବେଦନ, ତାପରେ ଦେ ଦନାଦନ

By

Published : Apr 11, 2020, 8:39 PM IST

Updated : Apr 11, 2020, 10:04 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଓପନର ବିରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହନ୍ତି । ନିଜ ଫ୍ୟାନ୍ସଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି ସେ । ତାଙ୍କ ମଜାଳିଆ ଅନ୍ଦାଜ ସଭିଙ୍କୁ ବେଶ ଭଲଲାଗେ । ତେବେ ଲକଡାଉନ ସମୟରେ ସେହୱାଗଙ୍କ ଏକ ଭିଡିଓ ଭାଇରାଲ ହୋଇଛି ।

ଏହି ଭିଡିଓରେ ନିଜର ଖାସ ତିନୋଟି ମନ୍ତ୍ର କଥା କହିଛନ୍ତି ସେହୱାଗ । ତାଙ୍କର ଏହି ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଏହାସହ ନିଜ ନିଜର କମେଣ୍ଟ ବି ଦେଇଛନ୍ତି ।

ଇନଷ୍ଟାଗ୍ରାମ ଭିଡିଓରେ ସେହୱାଗ କହୁଛନ୍ତି ଯେ- ମୋ ଜୀବନର ତିନୋଟି ମୂଳମନ୍ତ୍ର ଅଛି, ପ୍ରଥମେ ଆବେଦନ, ଦ୍ବିତୀୟରେ ନିବେଦନ ଓ ଶେଷରେ ଦେ ଦନା ଦନ... । ଭିଡିଓ ଦେଖିବା ପରେ ଫ୍ୟାନ୍ସ ଲେଖିଛନ୍ତି ଶେଷ ମନ୍ତ୍ରଟି ବେଷ୍ଟ ସାର ।

‘ମୁଲତାନ ର ସୁଲତାନ’ କୁହାଯାଉଥିବା ସେହୱାଗ ଖେଳିବା ସମୟରେ କ୍ରିକେଟ ପିଚରେ ବୋଲରଙ୍କର ଖୁବ ଦନାଦନ ଧୁଲାଇ କରୁଥିଲେ ।

Last Updated : Apr 11, 2020, 10:04 PM IST

ABOUT THE AUTHOR

...view details