ଓଡିଶା

odisha

ETV Bharat / sports

ପୁଲଓ୍ବାମା ଶହୀଦ ଯବାନଙ୍କ ପିଲାଙ୍କୁ କ୍ରିକେଟ ଶିଖାଉଛନ୍ତି ସେହ୍ବାଗ - latest cricket news

ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗଙ୍କ କାମକୁ ଏବେ ଚାରିଆଡୁ ମିଳୁଛି ପ୍ରଂଶାସା । ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କୁ ସେହ୍ବାଗ କ୍ରିକେଟ ପ୍ରଶିକ୍ଷଣ ଦେଉଛନ୍ତି ।

virender sehwag

By

Published : Oct 17, 2019, 9:28 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଯେତିକି ଜଣାଶୁଣା, ସମାଜ ସେବା ପାଇଁ ମଧ୍ୟ ବେଶ୍‌ ପରିଚିତ । ନିଜ ନାଁରେ ଏକ ସ୍କୁଲ ମଧ୍ୟ ସେ ଖୋଲିଛନ୍ତି । ସେଠାରେ ଗରିବ ପିଲା ପଢୁଛନ୍ତି ।

ଏବେ ତାଙ୍କର ଏକ ପୋଷ୍ଟ ଫ୍ୟାନ୍ସମାନଙ୍କୁ ଭାବୁକ କରି ଦେଇଛି । ତାଙ୍କର କାମକୁ ଚାରିଆଡେ ମଧ୍ୟ ପ୍ରଶଂସା ମିଳୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@virendersehwag


ସୂଚନାଥାଉକି, ସେହ୍ବାଗ ପୁଲଓ୍ବାମା ଆତଙ୍କୀ ହାମଲାରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କୁ କ୍ରିକେଟ ପ୍ରଶିକ୍ଷଣ ଦେଉଛନ୍ତି । ସେହି ପିଲାମାନଙ୍କ ଫଟୋ ନିଜର ଟ୍ବିଟରରେ ସେୟାର କରିଛନ୍ତି ।

ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ହିରୋମାନଙ୍କ ପୁଅ । ବ୍ୟାଟ୍ସମ୍ୟାନ- ଅର୍ପିତ ସିଂ ହେଉଛନ୍ତି ପୁଲଓ୍ବାମା ଶହୀଦ ରାମ ଓ୍ବକେଲଙ୍କ ପୁଅ ଓ ବୋଲର- ରାହୁଲ ସୋରେଙ୍ଗ ହେଉଛନ୍ତି ପୁଲଓ୍ବାମା ଶହୀଦ ବିଜୟ ସୋରେଙ୍ଗଙ୍କ ପୁଅ । ଏହି 2ଜଣଙ୍କ ଜୀବନରେ ମୋର ଯୋଗଦାନ, ମୋ ପାଇଁ ସୌଭାଗ୍ୟର କଥା । କିଛିଟା ଜିନିଷ ଛଡା ଏହି ଖୁସିକୁ କେହି ହରାଇ ପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ:ମନେ ପଡେ ଡେବ୍ୟୁ ଦିନ


ସୂଚନାଥାଉକି, ଗତ ଫେବୃଆରୀ 14 ତାରିଖ ଦିନ ପୁଲଓ୍ବାମା ଠାରେ ସିଆରପିଏଫ୍ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ 40ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ଯାହାର ପ୍ରତି ଜବାବରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ସ୍ଥିତ ବାଲାକୋଟ୍ ଆତଙ୍କୀ ଶିବରରେ ଏୟାରଷ୍ଟ୍ରାଇକ କରାଯାଇଥିଲା ।

ABOUT THE AUTHOR

...view details