ବର୍ମିଂହାମ୍: ମଙ୍ଗଳବାର ବିଶ୍ବକପରେ ବାଂଲାଦେଶକୁ ମାତ ଦେଇ ସେମି ଟିକେଟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଭାରତର ସେମି ପ୍ରବେଶ ଠାରୁ ଅଧିକ ଚର୍ଚ୍ଚା ସାଉଣ୍ଟିଛି ବିରାଟ-ରୋହିତ୍ଙ୍କୁ ମିଳିଥିବା କିସ୍ । ମ୍ୟାଚ ବିଜୟୀ ପରେ ବିରାଟ୍-ରୋହିତଙ୍କୁ କିସ୍ କରିଥିଲେ 87ବର୍ଷିୟା ପ୍ରଶଂସକ ଚାରୁଲତା ପଟେଲ । ତେବେ ମ୍ୟାଚରେ ଭାରତୀୟ ଦଳ ପାଇଁ ଚିୟର କରୁଥିବା ବେଳେ କ୍ୟାମେରା ଲେନ୍ସରେ କଏଦ ହୋଇଥିଲେ ଏହି ମହିଳା ଜଣଙ୍କ ।
ମ୍ୟାଚରେ ବିଜୟୀ ହେବା ପରେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଉକ୍ତ ମହିଳାଙ୍କ ପାଖକୁ ଯାଇଥିଲେ । ବିରାଟ ତାଙ୍କ ସହିତ କଥା ହେବା ପରେ ସେ ବିରାଟଙ୍କୁ ଆଶୀର୍ବାଦ ଦେଇଥିଲେ । ବିଶ୍ବକପ ଜିତିବା ପାଇଁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।