ଗୌହାଟୀ: କ୍ରିକେଟର ଲମ୍ବା ଫର୍ମାଟକୁ ବଦଲାଇ 5 ଦିନ ବଦଲର 4 ଦିନିଆ କରିବା ନିଷ୍ପତ୍ତି ନେଇଛି ଆଇସିସି । ମାତ୍ର ଆଇସିସିର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ସେ କହିଛନ୍ତି ମୁଁ ଏହା ସପକ୍ଷରେ ଯାଉନି । କାରଣ କ୍ରିକେଟର ସର୍ବ ପୁରାତନ ଫର୍ମାଟ ହେଉଛି ଟେଷ୍ଟ କ୍ରିକେଟ । ଏଥିରେ ଦିନକୁ ଦିନ ନୂଆ ପରିବର୍ତ୍ତନ କରିବା ଟେଷ୍ଟ କ୍ରିକେଟକୁ ଅପମାନ ସହ ସମାନ ।
4 ଦିନିଆ ଟେଷ୍ଟ ମ୍ୟାଚ କେବଳ ମଜା, କହିଲେ ବିରାଟ କୋହଲି
କ୍ରିକେଟର ଲମ୍ବା ଫର୍ମାଟକୁ ବଦଲାଇ 5 ଦିନ ବଦଲର 4 ଦିନିଆ କରିବା ନିଷ୍ପତ୍ତି ନେଇଛି ଆଇସିସି । ମାତ୍ର ଆଇସିସିର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ସେ କହିଛନ୍ତି ମୁଁ ଏହା ସପକ୍ଷରେ ଯାଉନି । କାରଣ କ୍ରିକେଟର ସର୍ବ ପୁରାତନ ଫର୍ମାଟ ହେଉଛି ଟେଷ୍ଟ କ୍ରିକେଟ । ଏଥିରେ ଦିନକୁ ଦିନ ନୂଆ ପରିବର୍ତ୍ତନ କରିବା ଟେଷ୍ଟ କ୍ରିକେଟକୁ ଅପମାନ ସହ ସମାନ ।
ଉଲ୍ଲେଖଥାଉ କି, 2023ରୁ 2031 କ୍ରିକେଟ ଚକ୍ର ପାଇଁ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ଗୁଡ଼ିକୁ 4 ଦିନିଆ ବିଶିଷ୍ଟ ହେବ । ଏଥିରୁ ମିଳୁଥିବା ସମୟରେ ଅଧିକ ସମୀତି ଓଭର କ୍ରିକେଟ ଖେଳା ଯାଇପାରିବ । ତେବେ କୋହଲି ଏହାକୁ କଟାକ୍ଷ କରି କହିଛନ୍ତି, "ଆଜି 4 ଦିନ, କାଲି 2 ଦିନ ଓ ପରେ ଟେଷ୍ଟ କ୍ରିକେଟ ନ ଖେଳିବାକୁ କହିବେ । ତେଣୁ ଏହା ଗ୍ରହଣୀୟ ଯୋଗ୍ୟ ପଦକ୍ଷପ ନୁହେଁ ।"
ଅନ୍ୟପଟେ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ କୋହଲି କହିଛନ୍ତି, ଏହି ମ୍ୟାଚ ଟେଷ୍ଟର କେବଳ ସୌନ୍ଦ୍ୟର୍ଯ୍ୟ ବଢାଉଛି । ଲୋକମାନଙ୍କୁ ମନୋରଞ୍ଜନ କରିବା ପାଇଁ ଟେଷ୍ଟ ମ୍ୟାଚ ରାତି ସମୟରେ ଖେଳାଯାଉଛି । ଏଥିପାଇଁ ଟେଷ୍ଟ କ୍ରିକେଟରେ କୌଣସି ଫରକ ପଡୁ ନାହିଁ ।