ଓଡିଶା

odisha

ETV Bharat / sports

ମୁହଁ ଖୋଲିଲେ କ୍ୟାପ୍ଟେନ କୋହଲି: 'ଆମେ ଦେଶବାସୀଙ୍କ ସପକ୍ଷରେ'

ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ପାଇଁ ଭାରତୀୟ ଖେଳାଳି ଦୁଃଖିତ ଅଛନ୍ତି । ଏପରି କାପୁରୁଷ କାର୍ଯ୍ୟକୁ କୋହଲି ନିନ୍ଦା କରିବା ସହ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଫାଇଲ ଫଟୋ

By

Published : Feb 23, 2019, 1:36 PM IST

ବିଶାଖାପାଟନମ: ଶେଷରେ ଭାରତ-ପାକିସ୍ତାନ ମ୍ୟାଚ ବାତିଲ ଉପରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ପ୍ରସଙ୍ଗ ଉପରେ ସେ ଆଜି ଏଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ମତ ରଖିଛନ୍ତି । ମ୍ୟାଚ ଖେଳାଯିବାର ନିଷ୍ପତ୍ତି ଭାରତ ସରକାର ଏବଂ ବିସିସିଆଇ ନେବ ବୋଲି ସେ କହିଛନ୍ତି ।

ସାମ୍ୱାଦିକ ସମ୍ମିଳନୀର ପ୍ରଥମ ପ୍ରଶ୍ନ ଥିଲା ଭାରତ ଓ ପାକିସ୍ତାନ ମ୍ୟାଚ ଉପରେ ସେ କଣ କହିବେ । ଆଉ ଏହାର ଉତ୍ତରରେ କୋହଲି କହିଛନ୍ତି ଯେ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ପାଇଁ ଭାରତୀୟ ଖେଳାଳି ଦୁଃଖିତ ଅଛନ୍ତି । ଏପରି କାପୁରୁଷ କାର୍ଯ୍ୟକୁ ସେ ନିନ୍ଦା କରିବା ସହ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସାରା ଦେଶ ଯାହା ଚାହୁଁଛି ସେମାନେ ସେପରି କରିବେ । ଦେଶବାସୀଙ୍କ ସପକ୍ଷରେ ସେମାନେ ଅଛନ୍ତି ।

ଏହାସହ ସେ କହିଛନ୍ତି ଯେ ଭାରତ ସରକାର ଓ ବିସିସିଆଇ ଯାହା କହିବେ ସେମାନେ ସେପରି କରିବେ । ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ସେ ସମ୍ମାନ ଦେବେ । ଏହା ଉପରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ବିସିସିଆଇର ଏବଂ ସେମାନେ ଏହାକୁ ମାନିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ-ପାକିସ୍ତାନ ମ୍ୟାଚ ବାତିଲ ପାଇଁ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଭାରତୀୟ ଖେଳାଳି ଏଥିରୁ ଦୂରେଇ ରହିଥିଲେ । ଭାରତୀୟ ଦଳର କିଛି ପ୍ରମୁଖ ଖେଳାଳିଙ୍କୁ ଏହା ଉପରେ ସାମ୍ୱାଦିକ ମାନେ ପ୍ରଶ୍ନ ପଚାରିଥିବାବେଳେ ସେମାନେ ଚୁପ ରହିବା ଶ୍ରେୟସ୍କର ମଣିଥିଲେ । ଏପରିକି ମ୍ୟାଚ ପ୍ରାକ୍ଟିସ ପାଇଁ ବିଶାଖାପାଟନମରେ ଷ୍ଟାଡିୟମକୁ ଯାଉଥିବାବେଳେ ସାମ୍ୱାଦିକଙ୍କ ପ୍ରଶ୍ନକୁ ଅଣଦେଖା କରିଥିଲେ ବିରାଟ କୋହଲି ।

ABOUT THE AUTHOR

...view details