ଓଡିଶା

odisha

ETV Bharat / sports

ଭାଙ୍ଗିବ ପଣ୍ଟିଂଙ୍କ ରେକର୍ଡ, ଗୋଟିଏ ଶତକ ଦୂରରେ କୋହଲି

ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ ଭାବେ ପଣ୍ଟିଂଙ୍କ ସର୍ବାଧିକ ଶତକ ରେକର୍ଡ ଭାଙ୍ଗିବେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

Virat Kohli one century away from breaking Ricky Ponting's record
ଭାଙ୍ଗିବ ପଣ୍ଟିଂଙ୍କ ରେକର୍ଡ, ଗୋଟିଏ ଶତକ ଦୂରରେ କୋହଲି

By

Published : Mar 26, 2021, 3:50 PM IST

ହାଇଦ୍ରାବାଦ:ଭାରତୀୟ କ୍ୟାପଟେନ ବିରାଟ କୋହଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ ଭାବେ ପଣ୍ଟିଂଙ୍କ ସର୍ବାଧିକ ଶତକ ରେକର୍ଡ ଭାଙ୍ଗିବେ କୋହଲି । ଏହି ବିରଳ କିର୍ତ୍ତୀମାନ ଠାରୁ ମାତ୍ର ଗୋଟିଏ ଶତକ ଦୂରରେ ରହିଛନ୍ତି କୋହଲି ।

ସହ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ ଭାବେ ସର୍ବାଧିକ ଶତକ ସଂଖ୍ୟାରେ ପଣ୍ଟିଂଙ୍କ 41 ଶତକର ସମକକ୍ଷ ରହିଛନ୍ତି କୋହଲି । ଏଥିସହ 32 ବର୍ଷୀୟ କୋହଲି, 50 ଓଭର ମ୍ୟାଚରେ ଘରୋଇ ପରିବେଶରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକ ରେକର୍ଡର ମଧ୍ୟ ସମକକ୍ଷ ରହିଛନ୍ତି । ଫଳରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ କୋହଲିଙ୍କ ଗୋଟିଏ ଶତକ ତାଙ୍କୁ ଏକାଧିକ ବିରଳ ରେକର୍ଡର ଅଧିକାରୀ କରିବ ।

ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଘରୋଇ ସିରିଜରେ ତେନ୍ଦୁଲକରଙ୍କ ନାମରେ ସର୍ବାଧିକ ଶତକର ରେକର୍ଡ ରହିଛି । ସଫଳତମ କ୍ରିକେଟ କ୍ୟାରିୟରରେ 20ଟି ଶତକ ହାସଲ କରିଛନ୍ତି ତେନ୍ଦୁଲକର । ଅନ୍ୟପଟେ କୋହଲି ଘରୋଇ ଦର୍ଶକଙ୍କ ସାମ୍ନାରେ 19ଟି ଶତକ ହାସଲ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details