ଓଡିଶା

odisha

ETV Bharat / sports

ସୋସିଆଲ ମିଡିଆରେ ଆଗରେ ବିରାଟ

ସୋସିଆଲ ମିଡିଆରେ ବିରାଟ ସମସ୍ତଙ୍କୁ ପଛରେ ପକାଇଛନ୍ତି । ସୋସିଆଲ ମିଡିଆ (ଟ୍ବିଟର ଫେସବୁକ ଓ ଇନଷ୍ଟାଗ୍ରାମ)  ପ୍ରତ୍ୟେକରେ ବିରାଟଙ୍କୁ 3 କୋଟିରୁ ଅଧିକ ଲୋକେ ଫଲୋ କରିଛନ୍ତି ।

ଫାଇଲ ଫଟୋ

By

Published : Aug 18, 2019, 7:08 PM IST

ନୂଆଦିଲ୍ଲୀ: କ୍ରିକେଟ ପଡିଆରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ରେକର୍ଡ ବିଷୟରେ ସମସ୍ତେ ପରିଚିତ । ନିକଟରେ ବିରାଟ ଗୋଟିଏ ଦଶନ୍ଧିରେ 20,000 ରନ କରିବାରେ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ତେବେ ପଡିଆ ବାହାରେ ବିରାଟଙ୍କୁ ମିଳିଛି ଆଉଏକ ଉପଲବ୍ଧି । ସୋସିଆଲ ମିଡିଆରେ ମଧ୍ୟ ବିରାଟ ସମସ୍ତଙ୍କୁ ପଛରେ ପକାଇଛନ୍ତି ।

ସୋସିଆଲ ମିଡିଆ (ଟ୍ବିଟର ଫେସବୁକ ଓ ଇନଷ୍ଟାଗ୍ରାମ) ପ୍ରତ୍ୟେକ ଟିରେ ବିରାଟଙ୍କୁ 3 କୋଟିରୁ ଅଧିକ ଲୋକେ ଫଲୋ କରିଛନ୍ତି ।
ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କର ଟ୍ବିଟରରେ ପାଖାପାଖି ସମାନ ସଂଖ୍ୟକ ଫଲୋଅର ରହିଛନ୍ତି ।
ମାତ୍ର ଫେସବୁକ ଓ ଇନଷ୍ଟାଗ୍ରାମରେ ବିରାଟଙ୍କଠୁ ପଛରେ ରହିଛନ୍ତି ସଚିନ । ସଚିନଙ୍କୁ ଫେସବୁକରେ 2କୋଟି 80 ଲକ୍ଷ ଓ ଇନଷ୍ଟାଗ୍ରାମରେ ପାଖାପାଖି 2କୋଟି ଲୋକେ ଫଲୋ କରିଛନ୍ତି ।

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ସୋସିଆଲ ମିଡିଆରେ ଏତେ ସକ୍ରିୟ ନୁହିଁନ୍ତି । ତଥାପି ଧୋନି ଏହି ତାଲିକାରେ 3ୟ ସ୍ଥାନରେ ରହିଛନ୍ତି । ଧୋନିଙ୍କର ଇନଷ୍ଟାଗ୍ରାମରେ ଦେଢ କୋଟିରୁ ଅଧିକ, ଟ୍ବିଟରେ ପାଖାପାଖି 1କୋଟି ଓ ଫେସବୁକରେ 2 କୋଟିରୁ ଅଧିକ ଫଲୋଅର ରହିଛନ୍ତି ।

ଓପନର ରୋହିତ ଏହି ତାଲିକାରେ ଧୋନିଙ୍କ ପଛକୁ 4ର୍ଥ ସ୍ଥାନରେ ରହିଛନ୍ତି । ହିଟମ୍ୟାନ ରୋହିତଙ୍କର ଏହି 3ଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ, 1କୋଟିରୁ ଅଧିକ ଫଲୋଅର ରହିଛନ୍ତି ।
ରୋହିତଙ୍କ ପଛକୁ ସୁରେଶ ରୈନା, ଯୁବରାଜ ସିଂହ ଓ ହରଭଜନ ସିଂହ ରହିଛନ୍ତି ।

ABOUT THE AUTHOR

...view details