ଓଡିଶା

odisha

ETV Bharat / sports

କୋହଲିଙ୍କ ଦୀପାବଳି ଶୁଭେଚ୍ଛା, ବାଣ ନଫୁଟାଇବାକୁ କଲେ ଅପିଲ୍ - ବିରାଟ କୋହଲିଙ୍କ ଦୀପାବଳି ଶୁଭେଚ୍ଛା

ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି । ବାଣ ଫୁଟାଇବାକୁ ମନା କରିବା ସହ ପରିବେଶ ସୁରକ୍ଷା କରିବା ପାଇଁ ପ୍ରଶଂସକଙ୍କୁ କଲେ ଅପିଲ୍ । ଅଧିକ ପଢନ୍ତୁ...

Virat Kohli leads Diwali wishes
ବିରାଟ କୋହଲିଙ୍କ ଦୀପାବଳି ଶୁଭେଚ୍ଛା

By

Published : Nov 14, 2020, 6:15 PM IST

ହାଇଦ୍ରାବାଦ:ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି । ସେହିପରି ଭାରତର ବିଭିନ୍ନ କ୍ରୀଡାବିତ ତଥା ପୂର୍ବତନ ଭାରତୀୟ କ୍ରିକେଟର ମଧ୍ୟ ଆଲୋକର ପର୍ବ ଦୀପାବଳି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଲୋକଙ୍କୁ ସତର୍କତାର ସହ ଦୀପାବଳି ପାଳନ କରିବା ପାଇଁ ନିବେଦନ କରିଛନ୍ତି ।

ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ସେଠାରେ ଦିନିକିଆ ଓ ଟେଷ୍ଟ ସିରିଜ ଖେଳିବ ଭାରତୀୟ ଦଳ । ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଦେଶବାସୀଙ୍କୁ ପବିତ୍ର ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦୀପାବଳି ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିଦେଉ ବୋଲି କହିଛନ୍ତି । ଏହି ଅବସରରେ ବାଣ ଫୁଟାଇବା ନେଇ ସତର୍କତା ଅବଲମ୍ବନ ପାଇଁ କହିଛନ୍ତି ଏବଂ ପରିବେଶ ପ୍ରତି ଧ୍ୟାନ ଦେବା ପାଇଁ ନିବେଦନ କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ କେବଳ ଦୀପଜାଳି ଦିପାବଳୀ ପାଳନ କରିବା ପାଇଁ ନିବେଦନ କରିଛନ୍ତି କୋହଲି ।

ଆଲୋକର ପର୍ବ ଦୀପାବଳି

ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣ ମଧ୍ୟ ଦୀପାବଳି ଅବସରରେ ସମସ୍ତ ପ୍ରଶଂସକ ଓ କ୍ରୀଡା ପ୍ରେମୀଙ୍କୁ ଟ୍ବୀଟ କରି ଶୁଭେଚ୍ଛା ଜଣାଇଛନ୍ତି । ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ଖୁସି ଆଣିଦେଉ ବୋଲି କହିଛନ୍ତି । ପୂର୍ବତନ ଭାରତୀୟ ବିସ୍ଫୋରକ ଓପନର ବିରେନ୍ଦ୍ର ସେହବାଗ ଟ୍ବିଟ କରିଛନ୍ତି । ସେ ପବିତ୍ର ଆଲୋକର ପର୍ବ ଦୀପାବଳୀ ଅବସରରେ ସମସ୍ତଙ୍କୁ ଭଲପାଇବା ଓ ଖୁସି ମିଳୁ ବୋଲି ଲେଖିଛନ୍ତି ।

ଆଲୋକର ପର୍ବ ଦୀପାବଳି
ଆଲୋକର ପର୍ବ ଦୀପାବଳି

ସେହିପରି ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଦୀପାବଳି ଅବସରରେ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଦୀପାବଳୀରେ ସମସ୍ତଙ୍କ ଅନ୍ଧକାର ଦୂରହେଉ । 2020ର ସମସ୍ତ ଦୁଃଖ ଆଗକୁ ଖୁସିରେ ପରିଣତ ହେଉ । ଦେଶକୁ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିବା ଯବାନ ଓ ଶହୀଦଙ୍କ ପ୍ରତି ଏକ ଦୀପ ଜାଳିବାକୁ କହିଛନ୍ତି ଗମ୍ଭୀର ।

ଆଲୋକର ପର୍ବ ଦୀପାବଳି

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details