ମୁମ୍ବାଇ: ଭାରତୀୟ କ୍ୟାପଟେନ ବିରାଟ କୋହଲି ଅନ୍ୟତମ ଶ୍ରେଷ୍ଠ ସ୍ଥିର ପ୍ରଦର୍ଶନକାରୀ କ୍ରିକେଟର । ଏହା କହିଛନ୍ତି ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର କାଗିସୋ ରବାଡା । କ୍ରିକେଟର 3ଟି ଫର୍ମାଟରେ କୋହଲିଙ୍କ ପ୍ରଭାବି ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ରବାଡା ।
ଦିନିକିଆ କ୍ରିକେଟରେ ବିରାଟ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ମଧ୍ୟ ବିରାଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଏକ ଚାଟ୍ ଶୋରେ ଏହା କହିଛନ୍ତି ରବାଡା । ତେବେ ଇଂଲଣ୍ଡର ବେନ ଷ୍ଟୋକ୍ସ, ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରବାଡା ।