ଓଡିଶା

odisha

ETV Bharat / sports

RCB ଲୋଗୋ ବଦଳିବା ନେଇ ଏମିତି କହିଲେ କ୍ୟାପଟେନ କୋହଲି - Royal Challenger Bangalore

ବିରାଟ ଆରସିବିର ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, "ଲୋଗକା କା କାମ ହେ କେହେନା । ନୂଆ ଲୋଗୋ ଦେଖି ମୁଁ ଆଚମ୍ବିତ । ଏହା ଆମ ଖେଳାଳିଙ୍କ ପାଖରେ ନୂଆ ଉତ୍ସାହ ଭରି ଦେବ । ଆଗାମୀ ଆଇପିଏଲ ସିଜିନ ପାଇଁ ମୁଁ ଆପେକ୍ଷା କରି ପାରିବି ନାହିଁ ।"

virat-kohli-explains-royal-challenger-bangalores-new-logo
RCB ଲୋଗୋ

By

Published : Feb 14, 2020, 11:43 PM IST

ବେଙ୍ଗାଲୁରୁ: ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ବଦଳିଛି ଲୋଗୋ । 2020 ଆଇପିଏଲରେ ନୂଆ ଲୋଗୋ ସହ ଖେଳିବ ବିରାଟଙ୍କ ରୟାଲ ବାହିନୀ । ତେବେ ଏହି ଲୋଗୋ ବଦଳିବା ପରେ ବିରାଟ ଟ୍ବିଟ କରି ଏମିତି ଲେଖିଛନ୍ତି ।

RCB ଲୋଗୋ

ବିରାଟ ଆରସିବିର ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, "ଲୋଗକା କା କାମ ହେ କେହେନା । ନୂଆ ଲୋଗୋ ଦେଖି ମୁଁ ଆଚମ୍ବିତ । ଏହା ଆମ ଖେଳାଳିଙ୍କ ପାଖରେ ନୂଆ ଉତ୍ସାହ ଭରି ଦେବ । ଆଗାମୀ ଆଇପିଏଲ ସିଜିନ ପାଇଁ ମୁଁ ଆପେକ୍ଷା କରି ପାରିବି ନାହିଁ ।"

ଉଲ୍ଲେଖଯୋଗ୍ୟ ଯେ, ଆଇପିଏଲର ଆଗାମୀ ସଂସ୍କରଣ ମାର୍ଚ୍ଚ 29ରୁ ଆରମ୍ଭ ହେବ । ଆଇପିଏଲ ଇତିହାସର ସବୁଠୁ ଚର୍ଚ୍ଚିତ ଟିମ ହୋଇଥିବା ସତ୍ତ୍ବେ ଦୁର୍ଭାଗ୍ୟଜନକ ଭାବେ ଚମ୍ପିଆନ ଆଖ୍ୟାରୁ ବଞ୍ଚିତ ହୋଇଛି ଆରସିବି । ଆରସିବି ନାଁରେ ରହିଛି ଆଇପିଏଲ ଇତିହାସରେ ସର୍ବାଧିକ ଦଳୀୟ ସ୍କୋରର ରେକର୍ଡ (263/5) ଓ ସର୍ବନିମ୍ନ ଦଳୀୟ ସ୍କୋରର ରେକର୍ଡ (49) । ବର୍ଷ 2009ରୁ 2009-2016 ମଧ୍ୟରେ 3ଥର ଫାଇନାଲରେ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇ, ରନର୍ସ-ଅପ ହୋଇଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details