ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଘରକୁ ଜାନୁଆରୀ 11ରେ ନୂଆ ଅତିଥି ଆସିସାରିଛନ୍ତି । ଝିଅ ଜନ୍ମ ହେବା ପରେ ବିରାଟ ନିଜର ଟ୍ବିଟର ବାୟୋ ବଦଳାଇ ଦେଇଛନ୍ତି । ଲେଖିଛନ୍ତି- ଜଣେ ଗର୍ବିତ ପତି ଓ ପିତା ।
ଅନୁଷ୍କା ଓ ବିରାଟ ନିଜର ନବଜନ୍ମିତ ଶିଶୁ ପାଇଁ ସାମାନ୍ୟ କଠୋର ନିୟମ କରିଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁଯାୟୀ, ହସ୍ପିଟାଲରେ ମଧ୍ୟ ଝିଅ ପାଇଁ କିଛି ପ୍ରାବଧାନ ଲଗାଇଛନ୍ତି ।