ଓଡିଶା

odisha

ETV Bharat / sports

ପୁଣି ଗ୍ରାଉଣ୍ଡରେ ଦର୍ଶକଙ୍କ ହୃଦୟ ଜିଣିଲେ କୋହଲି

ବିରାଟ କୋହଲି ପୁଣି ନିଜର ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ଗ୍ରାଉଣ୍ଡରେ ତାଙ୍କୁ ଛାଡି ମହମ୍ମଦ ସାମିଙ୍କୁ ଚିୟର୍ସ କରିବାକୁ କହିଥିଲେ। ଏହି ଭିଡିଓ ଖୋଦ୍‌ ବିସିସିଆଇ ଟ୍ବିଟ କରିଛି।

By

Published : Nov 15, 2019, 10:13 AM IST

virat kohli

ଇନ୍ଦୋର: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ପୁଣି ଷ୍ଟାଡିୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଇନ୍ଦୋର ଟେଷ୍ଟର ପ୍ରଥମ ଦିନର ଟି-ବ୍ରେକ ପରେ ଦର୍ଶକ କୋହଲିଙ୍କ ଚିୟର୍ସ କରୁଥିଲେ । ଠିକ୍‌ ସେତେବେଳେ କୋହଲି ଦର୍ଶକଙ୍କୁ ଇଶାରାରେ କହିଥିଲେ ମତେ ନୁହେଁ ସାମିଙ୍କୁ ଚିୟର୍ସ କର । ସେ ବୋଲିଂ କରୁଛନ୍ତି ।

ଏହାପରେ ଦର୍ଶକ ସାମିଙ୍କୁ ଚିୟର୍ସ କରିଥିଲେ। ମହମ୍ମଦ ସାମି ପ୍ରଥମ ଦିନରେ ବାଂଲାଦେଶର 3ଟି ଓ୍ବିକେଟ ନିଜ ନାଁରେ କରିଥିଲେ । ଏହା ପ୍ରଥମ ଥର ପାଇଁ ନୁହେଁ ବିଶ୍ବକପ ସମୟରେ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥଙ୍କୁ ଚିୟର୍ସ କରିବାକୁ ଦର୍ଶକଙ୍କୁ କହିଥିଲେ । ସ୍ମିଥ ଫିଲ୍ଡଂ କରୁଥିବା ସମୟରେ ଭାରତୀୟ ଦର୍ଶକ ଚିଟର... ଟିଟର... ବୋଲି କହୁଥିବା ସମୟରେ ଦର୍ଶକଙ୍କୁ ବିରାଟ କହିଥିଲେ ଏପରି କୁହନାହିଁ। ସ୍ମିଥଙ୍କୁ ଚିୟର୍ସ କର। ଦର୍ଶକ ପଟୁ ସ୍ମିଥଙ୍କୁ କ୍ଷମା ମାଗିଥିଲେ।

ବଲ ଟ୍ୟାମ୍ପରିଂ ମାମଲାରେ ଫଶି ବ୍ୟାନ ହୋଇଥିଲେ ସ୍ମିଥ। ଏହାପରେ ସେ ଚଳିତ ବିଶ୍ବକପରେ ହିଁ ଗ୍ରାଉଣ୍ଡକୁ ଫେରିଥିଲେ ।

ABOUT THE AUTHOR

...view details