ଓଡିଶା

odisha

ETV Bharat / sports

ବିଜୟ ହଜାରେ ଟ୍ରଫି: ଓଡିଶାକୁ ହରାଇଲେ ବର୍ଷା-ଉଥାପ୍ପା - kerala beat odisha

ବିଜୟ ହଜାରେ ଟ୍ରଫିରେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଓଡିଶା । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ 34 ରନରେ (ଭିଜେଡି ନିୟମ) ଜିତି ନେଇଛି କେରଳ । ଅଧିକ ପଢନ୍ତୁ...

Vijay Hazare Trophy: Robin Uthappa shines as kerala beat odisha by VJD method
ବିଜୟ ହଜାରେ ଟ୍ରଫି: ଓଡିଶାକୁ ହରାଇଲେ ବର୍ଷା-ଉଥାପ୍ପା

By

Published : Feb 20, 2021, 7:04 PM IST

ଅଲର:ବିଜୟ ହଜାରେ ଟ୍ରଫିରେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଓଡିଶା । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ 34 ରନରେ (ଭିଜେଡି ନିୟମ) ଜିତିନେଇଛି କେରଳ । KSCA କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କେରଳ କ୍ୟାପଟେନ ସଚିନ ବେବି । ଓଦା ପଡିଆ ଯୋଗୁଁ ମ୍ୟାଚ 45 ଓଭରକୁ କମାଇ ଦିଆଯାଇଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇଁ ନିର୍ଦ୍ଧାରିତ 45 ଓଭରରେ 8 ୱିକେଟ ହରାଇ 258 ରନ ସଂଗ୍ରହ କରିଥିଲା ଓଡିଶା । ଓପନର ଗୋବିନ୍ଦ ଚୌଧୁରୀଙ୍କ 57 ଓ ସନ୍ଦୀପ ପଟ୍ଟନାୟକଙ୍କ 66 ରନର ଅର୍ଦ୍ଧଶତକୀୟ ଇଂନିସ ବଳରେ ଓଡିଶା 258 ରନର ସମ୍ମାନଜନକ ସ୍କୋର କରିପାରିଥିଲା । କାର୍ତ୍ତିକ ବିଶ୍ବାଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ 40 ବଲରୁ ଦ୍ରୁତ 45 ରନର ଉପଯୋଗୀ ଇଂନିସ ଖେଳିଥିଲେ ।

ପରେ 259 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଓଡିଶା ।

ଅଭିଜ୍ଞ କେରଳ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ଧୂଆଁଧାର ଶତକ ହାସଲ କରି ଦଳକୁ ବିଜୟ ନିକଟତର କରାଇଥିଲେ । କ୍ୟାପଟେନ ସଚିନ ବେବି ମଧ୍ୟ 40 ରନର ଇଂନିସ ଖେଳିଥିଲେ। ତେବେ କେରଳର ସ୍କୋର 233 ଥିବାବେଳେ ପୁଣି ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ପରେ ମ୍ୟାଚ ସମ୍ଭବ ନହେବାରୁ ଭିଜେଡି ନିୟମ ଅନୁଯାୟୀ, କେରଳ 34 ରନରେ ବିଜେତା ହୋଇଛି । ଫଳରେ ଏହି ବିଜୟରୁ କେରଳ 4 ପଏଣ୍ଟ ହାସଲ କରିଥିବାବେଳେ, ଓଡିଶା ପଏଣ୍ଟ ଶୂନ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details