ଓଡିଶା

odisha

ETV Bharat / sports

ବିଜୟ ହଜାରେ ଟ୍ରଫି: ବିହାର ବିପକ୍ଷରେ ଓଡିଶାର ଦମଦାର ବିଜୟ

ବିଜୟ ହଜାରେ ଟ୍ରଫିରେ ଓଡିଶାର ପ୍ରଥମ ବିଜୟ । ବିହାର ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇଛି ଓଡିଶା । ଅଧିକ ପଢନ୍ତୁ...

Vijay Hazare Trophy 2020-21: Odisha won by 7 wkts
ବିଜୟ ହଜାରେ ଟ୍ରଫି: ବିହାର ବିପକ୍ଷରେ ଓଡିଶାର ଦମଦାର ବିଜୟ

By

Published : Feb 26, 2021, 8:22 PM IST

ହାଇଦ୍ରାବାଦ: ବିଜୟ ହଜାରେ ଟ୍ରଫିରେ ଓଡିଶାର ପ୍ରଥମ ବିଜୟ । ବିହାର ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇଛି ଓଡିଶା । ବିହାର ପକ୍ଷରୁ ଧାର୍ଯ୍ୟ 256 ରନର ବିଜୟ ଲକ୍ଷ୍ୟକୁ 3 ୱିକେଟ ହରାଇ ହାସଲ କରିନେବା ସହ ଦମଦାର ବିଜୟ ହାସଲ କରିଛି ଟିମ ଓଡିଶା । ଅଧିନାୟକ ସାନ୍ତନ୍ତୁ ମିଶ୍ର 107 ବଲରୁ 6ଚି ଚୌକା ଓ ଗୋଟିଏ ଛକା ସହାୟତାରେ 76 ରନର ଅଧିନାୟକ ପାଳି ଖେଳିଛନ୍ତି ।

ସନ୍ଦୀପ ପଟ୍ଟନାୟକ 64 ଓ ଶୁଭ୍ରାଂଶୁ ସେନାପତି 11 ରନ କରି ଆଉଟ ହୋଇଥିଲେ । ମାତ୍ର କାର୍ତ୍ତିକ ବିଶ୍ବାଳ ଓ ଅଙ୍କିତ ଯାଦବଙ୍କ ଚମତ୍କାର ଅପରାଜେୟ ଭାଗିଦାରୀ ଭଲରେ ପରେ ବିନା କୌଣସି କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ଓଡିଶା । ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ କାର୍ତ୍ତିକ 53 ଓ ଅଙ୍କିତ 43 ରନର ପାଳି ଖେଳିଥିଲେ । ଫଳରେ 48.1 ଓଭରରେ ଓଡିଶାକୁ ଚଳିତ ଟୁର୍ଣ୍ଣାମେଣ୍ଟର ବହୁ ପ୍ରତିକ୍ଷୀତ ବିଜୟ ମିଳିଥିଲା ।

ପୂର୍ବରୁ ଟସ୍‌ ଜିତି ବିହାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିବା ପରେ, ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ ହରାଇ 255 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବବଲୁ କୁମାର 78 ଓ ଏସ ଗାନି 48 ରନର ଇଂନିସ ଖେଳିଥିଲେ ।

ଓଡିଶା ପକ୍ଷରୁ ବ୍ୟାଟିଂ ପୂର୍ବରୁ ବୋଲିଂରେ ମଧ୍ୟ କମାଲ କରିଥିଲେ କ୍ୟାପଟେନ ଶାନ୍ତନ୍ତୁ ମିଶ୍ର । 10 ଓଭରରେ 46 ରନ ବ୍ୟୟରେ 3ଜଣ ବିହାର ଖେଳାଳିଙ୍କୁ ପାଭିଲିୟନ ପଠାଇଥିଲେ ସାନ୍ତନ୍ତୁ । ରାଜେଶ ମହାନ୍ତି ଓ ପ୍ରଧାନ 2ଟି ଲେଖାଏଁ ନିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details