ଓଡିଶା

odisha

ETV Bharat / sports

ଚେନ୍ନାଇରେ ପହଞ୍ଚିଲେ ଅଧିନାୟକ ବିରାଟ କୋହଲି, ଦେଖନ୍ତୁ ଭିଡିଓ..

ଭାରତୀୟ ଅଧିନାୟକ ବିରାଟ କୋହଲି ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି । ଫେବୃଆରୀ 5ରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ ।

By

Published : Jan 28, 2021, 10:20 AM IST

video-india-captain-virat-kohli-has-arrived-in-chennai
video-india-captain-virat-kohli-has-arrived-in-chennai

ଚେନ୍ନାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି । ଫେବୃଆରୀ 5ରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ତେବେ ଏହି ଟେଷ୍ଟ ସିରିଜର ପ୍ରଥମ 2ଟି ମ୍ୟାଚ ଚେନ୍ନାଇରେ ଖେଳାଯିବ । ତେବେ ଉଭୟ ଦଳ ଚେନ୍ନାଇରେ ପହଞ୍ଚି 6ଦିନ କ୍ବାରେଣ୍ଟାଇନରେ ରହିବେ ।

ଚେନ୍ନାଇରେ ଧିନାୟକ ବିରାଟ କୋହଲି, ଦେଖନ୍ତୁ ଭିଡିଓ..

ସୂଚନାଥାଉକି, କୋରୋନା ମହାମାରୀ ପରେ ଭାରତରେ ଫେରିବ ଅନ୍ତର୍ଜାତୀୟ କ୍ରିକେଟ । ବିଶ୍ବର ପ୍ରଥମ ଦଳ ଭାବରେ ଇଂଲଣ୍ଡ କ୍ରିକେଟ ଦଳ ଭାରତ ଗସ୍ତ କରିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଭାରତ ସହ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ, ଟି-20 ସହ ଦିନିକିଆ ସିରିଜ ଖେଳାଯିବ । ଚେନ୍ନାଇ ଓ ଅହମ୍ମଦାବାଦରେ 2ଟି ଭେନ୍ୟୁରେ ଟେଷ୍ଟ ମ୍ୟାଚ ଆୟୋଜନ କରାଯିବ । ଚାରି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।

ଏପଟେ ବାପା ହେବା ପରେ କୋହଲି ଗ୍ରାଉଣ୍ଡକୁ ଫେରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details