ଓଡିଶା

odisha

ETV Bharat / sports

ଟ୍ରେନର୍ସଙ୍କ ନଜରରେ କୋହଲି ଓ ଭାରତୀୟ ଟିମର ଫିଟନେସ - କୋହଲି ଓ ଭାରତୀୟ ଟିମର ଫିଟନେସ

ଲକଡାଉନ ବେଳେ ବି ଭାରତୀୟ କ୍ରିକେଟ ଟିମ ଉପରେ ନଜର ରଖିଛନ୍ତି ଟ୍ରେନର୍ସ ଓ ଫିଜିଓ । ଅଧିକ ପଢ଼ନ୍ତୁ...

trainers, monitoring team india's fitness,  ଟ୍ରେନର୍ସଙ୍କ ନଜର, କୋହଲି ଓ ଭାରତୀୟ ଟିମର ଫିଟନେସ, ଭାରତୀୟ କ୍ରିକେଟ ଟିମ
ଟ୍ରେନର୍ସଙ୍କ ନଜରରେ କୋହଲି ଓ ଭାରତୀୟ ଟିମର ଫିଟନେସ

By

Published : Apr 9, 2020, 10:28 PM IST

ହାଇଦ୍ରାବାଦ: କୋରୋନା ପାଇଁ ସାରା ବିଶ୍ବ ଏବେ ଯେପରି ସ୍ଥାଣୁ ପାଲଟି ଯାଇଛି । ଯାହା କାରଣରୁ ସମସ୍ତ ସ୍ପୋର୍ଟ୍ସ ଇଭେଣ୍ଟ ମଧ୍ୟ ସ୍ଥଗିତ କିମ୍ବା ବାତିଲ ହୋଇ ଯାଇଛି । ତେବେ ଏପରି ସ୍ଥିତିରେ ବି ଭାରତୀୟ କ୍ରିକେଟରଙ୍କୁ ମିଳିନାହିଁ ଫିଟ ରହିବାରୁ ନିସ୍ତାର । ୱାର୍କଆଉଟ ଚାର୍ଟ ସହ ତାଙ୍କ ଫିଟନେସ ଉପରେ ରହିଛି କଡା ନଜର । ଆଥଲେଟ ମନିଟରିଙ୍ଗ ସିଷ୍ଟମ (AMS) ଦ୍ବାରା ତାଙ୍କ ପ୍ରଶିକ୍ଷକ ନିକ ୱେବ ଓ ଫିଜିଓ ନିତିନ ପଟେଲ ଖେଳାଳିଙ୍କ ଉପରେ ରଖିଛନ୍ତି ନଜର ।

କେବଳ ସେତିକି ନୁହେଁ ଖେଳାଳିଙ୍କ ୱାର୍କଆଉଟ ରୁଟିନ ଉପରେ ନଜର ରଖିବା ସହ, ଟ୍ରେନର ଓ ଫିଜିଓ ଖେଳାଳିଙ୍କ ଫିଟନେସର ଉନ୍ନତି ତଥା ଆଉ କେଉଁ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯିବ ତାଉପରେ ମଧ୍ୟ ନଜର ରଖିଛନ୍ତି ।

ରିପୋର୍ଟ ଅନୁସାରେ, ‘ଖେଳାଳି ନିଜ ଡାଟା ଆପରେ ପକାଇବା କ୍ଷଣି ନିକ ଓ ନିତିନ ତାକୁ ତୁରନ୍ତ ଯାଞ୍ଚ କରନ୍ତି’। ତେବେ ଏନେଇ ଜଣେ ପୂର୍ବତନ ଖେଳାଳି ମଜାଦାର କମେଣ୍ଟ ମଧ୍ୟ କରିଥିଲେ, ‘ଲକଡାଉନ ମାନେ ନୁହେଁ ଯେ ଖେଳାଳି ନିଜ ଫିଟନେସ କଥା ଚିନ୍ତା ନକରି ସ୍ବାଦିଷ୍ଟ ଖାଇବା ଖାଇବେ ।’

ସୂଚନା ଅନୁସାରେ, ‘ଖେଳାଳି ବେଶ ପ୍ରଫେସ୍ନାଲ । ଟିମରେ ଅଧିନାୟକ କୋହଲି ଯେଉଁ ଫିଟନେସ କଲଚର ଆରମ୍ଭ କରିଛନ୍ତି ତା ଅନୁସାରେ ସେମାନେ ଥରୁଟିଏ ନିଜ ପସନ୍ଦର ଖାଇବା ଖାଇ ପାରିବେ କିନ୍ତୁ ଫିଟନେସ ଷ୍ଟାନଡାର୍ଡର ମୁଲ୍ୟ ବଦଳରେ ନୁହେଁ । ଏଏମଏସ ଆପ ଜରିଆରେ ସେମାନେ ଜାଣି ପାରିବେ ଯେ କେତେବେଳେ କେତେ କ୍ୟାଲୋରିର ଖାଦ୍ୟ ଖାଇବେ ।

ABOUT THE AUTHOR

...view details