ଓଡିଶା

odisha

ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ଅମଲାଙ୍କ ସନ୍ନ୍ୟାସ - international careers

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ହାସିମ ଅମଲା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । 15 ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ଦ.ଆଫ୍ରିକାର ଦମ୍‌ଦାର ବ୍ୟାଟ୍ସମ୍ୟାନ ହାସିମ ଅମଲା 349ଟି ମ୍ୟାଚ ଖେଳି 18ହଜାରରୁ ଅଧିକ ରନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@OfficialCSA

By

Published : Aug 8, 2019, 11:52 PM IST

ହାଇଦ୍ରାବାଦ: ଦ.ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ହାସିମ ଅମଲା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । 15ବର୍ଷର ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅରରେ ଦ.ଆଫ୍ରିକାର ଦମଦାର ବ୍ୟାଟ୍ସମ୍ୟାନ ହାସିମ ଅମଲା 349ଟି ମ୍ୟାଚ ଖେଳି 18ହଜାରରୁ ଅଧିକ ରନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@OfficialCSA
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@OfficialCSA

କ୍ରିକେଟ ସାଉଥ ଆଫ୍ରିକା(ସିଏସଏ)ର ଆଧିକାରିକ ଟ୍ବିଟରରେ ଅମଲାଙ୍କ ସନ୍ନ୍ୟାସ ନେବା ସୂଚନା ଦିଆଯାଇଛି । ସୂଚନାଥାଉକି, ଅମଲା ଘରୋଇ କ୍ରିକେଟ ଓ ମାଞ୍ଜି ସୁପର ଲିଗ୍‌ରେ ଖେଳ ଜାରି ରଖିବେ ।

36ବର୍ଷୀୟ ଅମଲା ନିଜ ଦେଶ ପାଇଁ 124ଟେଷ୍ଟ,181 ଏକ ଦିବସୀୟ ଓ 44 ଟି-20 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତେବେ ଟେଷ୍ଟ ମ୍ୟାଚରେ ସେ 9282ରନ, ଏକ ଦିବସୀୟ ମ୍ୟାଚରେ 8113 ରନ ଓ ଟି-20ମ୍ୟାଚରେ 1277ରନ ହାସଲ କରିଛନ୍ତି । ଟେଷ୍ଟ ମ୍ୟାଚ କ୍ୟାରିଅରରେ ତାଙ୍କର 311(ନଟ୍‌ ଆଉଟ) ରନ ସର୍ବଶ୍ରେଷ୍ଠ ସ୍କୋର କରିଥିବାବେଳେ ଏକ ଦିବସୀୟ ମ୍ୟାଚରେ 159 ଓ ଟି-20ମ୍ୟାଚରେ 97( ନଟ୍‌ ଆଉଟ) ସ୍କୋର ଥିଲା ।

ଅମଲା 2004 ଡିସେମ୍ବରରେ କୋଲକତା ଠାରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ । ସେହିପରି 2008ରେ ଚଟଗାଂଓ ଠାରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ମ୍ୟାଚରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

ତେବେ ଚଳିତବର୍ଷ ଫେବୃଆରୀରେ ଏଲିଜାବେଥ ଠାରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର କ୍ରିକେଟ କ୍ୟାରିଅରର ଶେଷ ମ୍ୟାଚ ଖେଳିଛନ୍ତି । ଏହାସହ ଗତ ଜାନୁଆରୀରେ ଚେଷ୍ଟର ଲି ଷ୍ଟ୍ରୀଟରେ ଶ୍ରୀଲଙ୍କା ବିପକ୍ଷରେ ଅମଲା ନିଜର ଶେଷ ଏକଦିବସୀୟ ମ୍ୟାଚ ଖେଳିଥିଲେ ।

ABOUT THE AUTHOR

...view details