ଓଡିଶା

odisha

ETV Bharat / sports

ବିଶ୍ବକପ ଜିତିଲା ଇଂଲଣ୍ଡ, ଜିତାଇଲେ କିୱି-ଇଣ୍ଡିଜ୍‌ ବଏ - england

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ବକପ ଫାଇନାଲ ମ୍ୟାଚରେ ଦୁଇଟି ଟାଏ ପଛର ହିରୋ ବନିଥିବା ଦୁଇ ଖେଳାଳି ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର୍ ଇଂଲଣ୍ଡର ମୁଳବାସୀ ନୁହଁନ୍ତି । ଏହି ଦୁଇ ଖେଳାଳି ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ରେ ଜନ୍ମିତ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jul 15, 2019, 11:58 PM IST

ଲଣ୍ଡନ: ଟାଇ-ଟାଇ ପରେ ଟାଇଟଲ ତୋଳିଧରିଲା ଇଂଲିସ ଟିମ୍ । ଇଂନିସ ଟାଇ ଓ ସୁପର ଓଭରରେ ଟାଏ ପରେ ଛକା-ଚୌକା ଅଧାରରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରିଛି ଆଇସିସି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇଟି ଟାଇ ପଛର ହିରୋ ବନିଥିବା ଦୁଇ ଖେଳାଳି ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର୍ ଇଂଲଣ୍ଡର ମୁଳ ବାସୀନ୍ଦା ନୁହଁନ୍ତି । ଏହେ ଦୁହେଁ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ରେ ଜନ୍ମିତ ।

ସେହିପରି 44 ବର୍ଷ ପରେ ପ୍ରଥମଥର ପାଇଁ ବିଶ୍ବକପ ଟ୍ରଫି ଉଠାଇଛି ଇଂଲିସ ବାହିନୀ । ଆଉ ଏହି ସଫଳତାର ଶ୍ରେୟ ଅଧିନାୟକ ଇଆନ ମୋର୍ଗାନଙ୍କୁ ମିଳୁଛି । ଇଂଲଣ୍ଡ ଦଳରେ ଅନେକ କିମ୍ବଦନ୍ତୀ ଅଧିନାୟକ ରହିଥିଲେ ମଧ୍ୟ ଦଳକୁ ବିଶ୍ବକପ ଦେବାରେ ବିଫଳ ହୋଇଥିଲେ । ମାତ୍ର 2015 ପରେ ଦଳକୁ ସଠିକ୍‌ ଭାବେ ଗଠନ କରି ଚଳିତ ବିଶ୍ବକପ ଭେଟି ଦେଇଛନ୍ତି ମୋର୍ଗାନ । ଫଳରେ ତାଙ୍କ ନାମ ଇଂଲଣ୍ଡ ଇତିହାସରେ ଲିପିବଦ୍ଧ ହୋଇ ରହିବ । ତେବେ ମୋର୍ଗାନ ମଧ୍ୟ ଇଂଲଣ୍ଡର ମୁଳ ବାସୀନ୍ଦା ନୁହଁନ୍ତି । ସେ ଆୟରଲ୍ୟାଣ୍ଡରେ ଜନ୍ମିତ ।

ଇଅନ୍ ମୋର୍ଗାନ୍: ଦ୍ୱାଦଶ ତମ ବିଶ୍ୱକପରେ ମୋର୍ଗାନ୍ ଇଂଲଣ୍ଡ ବିଜୟରେ ପ୍ରମୁଖ ଯୋଗଦାନ କରିଛନ୍ତି । 32 ବର୍ଷୀୟ ମୋର୍ଗାନଙ୍କ ଜନ୍ମ ଆୟରଲ୍ୟାଣ୍ଡର ଡବଲିନରେ ହୋଇଥିଲା । ସେ ଆୟରଲ୍ୟାଣ୍ଡ ପକ୍ଷରୁ 23ଟି ଦିନିକିଆ ଖେଳି 744 ରନ୍ କରିଛନ୍ତି । 27 ମେ’ରେ ସେ ଇଂଲଣ୍ଡ ପକ୍ଷରୁ ଟେଷ୍ଟ ପଦାର୍ପଣ କରିଥିଲେ । ମୋର୍ଗାନ ବିଶ୍ବକପରେ 11ଟି ମ୍ୟାଚ ଖେଳି 371ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି ।

ବେନ୍ ଷ୍ଟୋକ୍ସ: ବିଶ୍ବକପ ଫାଇନାଲ ମ୍ୟାଚରେ ଷ୍ଟୋକ୍ସ ଜବରଦସ୍ତ ଇଂନିସ୍‌ ଖେଳିଥିଲେ । ଇଂଲଣ୍ଡକୁ ବିପର୍ଯ୍ୟୟ ପରିସ୍ଥିତିରୁ ଉଦ୍ଧାର କରି ମ୍ୟାଚକୁ ଟାଇ ପର୍ଯ୍ୟନ୍ତ ନେଇଥିଲେ । ସେହିପରି ସୁପରଓଭରରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ନ୍ୟୁଜିଲାଣ୍ଡରେ ଜନ୍ମିତ ଏହି ଖେଳାଳି ନିଜ ନାଗରିକତ୍ବ ବଦଳାଇ ଇଂଲଣ୍ଡ ଦଳରେ ସାମିଲ ହୋଇଥିଲେ । ଷ୍ଟୋକ୍ସଙ୍କ ପିତା ଜଣେ ରଗବୀ କୋଚ୍ ଏବଂ ସେ କମ୍ ବୟସରୁ ହିଁ ନିଜ ପିତାଙ୍କ ସହ ବ୍ରିଟେନ୍ ଆସି ବସବାସ କରିଥିଲେ। ଏହି ବିଶ୍ୱକପରେ ଷ୍ଟୋକ୍ସ ବୋଲିଂରେ 7 ୱିକେଟ୍ ଏବଂ ବ୍ୟାଟିଂରେ 465 ରନ୍ କରିଛନ୍ତି ।

ଜୋଫ୍ରା ଆର୍ଚର୍: 24 ବର୍ଷିୟ ଏହି ଖେଳାଳି ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଜନ୍ମିତ । ସେ ବିଶ୍ବକପ ଫାଇନାଲ ମ୍ୟାଚରେ ଡେଥ୍‌ ଓଭରର ଓ ସୁପର ଓଭରରେ ବୋଲିଂ କରି ଇଂଲଣ୍ଡକୁ ବିଶ୍ବକପ ଦେବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଚଳିତ ବିଶ୍ବକପରେ 11ଟି ମ୍ୟାଚ୍‌ 20ଟି ୱିକେଟ ଅକ୍ତିଆର କରିଛନ୍ତି ।

ABOUT THE AUTHOR

...view details