ଓଡିଶା

odisha

ETV Bharat / sports

ବିଜୟୀ ବିଶ୍ବକପ: ଯନ୍ତ୍ରଣାକୁ ଚାପି ଧରି ଯୁବରାଜ୍‌ ଯୋଡିଥିଲେ ଶତକ

ଆଜିର ଦିନରେ ଯନ୍ତ୍ରଣାକୁ ଜାବୁଡି ଧରି ଭାରତକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ପୂର୍ବତନ ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ । ବିଶ୍ବକପରେ ଯୁବରାଜଙ୍କ ଝାଳ ରକ୍ତ ବୁହା ଏହି ଶତକୀୟ ପାଳି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଚିରସ୍ମରଣୀୟ ।

this-day-that-year-yuvraj-singh-slammed-world-cup-century-overcoming-illness
ବିଜୟୀ ବିଶ୍ବକପ: ଯନ୍ତ୍ରଣାକୁ ଚାପି ଧରି ଯୁବରାଜ୍‌ ଯୋଡିଥିଲେ ଶତକ

By

Published : Mar 20, 2020, 10:23 PM IST

ହାଇଦ୍ରାବାଦ: କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱରେ କ୍ରୀଡା ଉପରେ ପ୍ରଭାବ ଜାରି ରଖିଛି । ଫଳରେ ଛୋଟରୁ ବଡ ସମସ୍ତ ଟୁର୍ଣ୍ଣାମେଣ୍ଟ ଏବେ ବାତିଲ ହୋଇଛି । ଗୋଟେ ଅର୍ଥରେ କହିବାକୁ ଗଲେ କ୍ରୀଡା ଜଗତ ଏବେ ଯେମିତ ସ୍ତବ୍ଧ ପଡିଯାଇଛି । ତେବେ କ୍ରୀଡା ଦୁନିଆ ସହିତ ଆପଣଙ୍କୁ ଯୋଡି ରଖିବା ପାଇଁ ଇତିହାସର ସେହି ପୃଷ୍ଟାକୁ ପୁଣିଥରେ ଉଦଜୀବିତ କରୁଛୁ । ଆଜିର ଦିନରେ ଜନ୍ତ୍ରଣାକୁ ଜାବୁଡି ଧରି ଭାରତକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ପୂର୍ବତନ ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ । ବିଶ୍ବକପରେ ଯୁବରାଜଙ୍କ ଝାଳ ରକ୍ତ ବୁହା ଏହି ଶତକୀୟ ପାଳି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଚିରସ୍ମରଣୀୟ ।

ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ

ଦିନ ଥିଲା, 2011 ବିଶ୍ବକପ ଟୁର୍ଣ୍ଣାମେଣ୍ଟର ନକଆଉଟ୍‌ ମ୍ୟାଚ । ଶକ୍ତିଶାଳୀ କାରବିଆନ ବିପକ୍ଷରେ ଭାରତୀୟ ଦଳ ପାଇଁ କିଙ୍ଗମେକର ସାଜିଥିଲେ ବାମହାତୀ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ଯୁବରାଜ । ଟୁର୍ଣ୍ଣାମେଣ୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ମାତ୍ର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯୁବରାଜଙ୍କ ସେ ଶତକୀୟ ପାଳି ତାଙ୍କ ଫ୍ୟାନ୍ସଙ୍କ ପାଇଁ ଯେତେ ଆନନ୍ଦ ଆଣିଥିଲା, ସେତେକି ଆଖିରେ ଲୁହ ଭରିଥିଲା । କାରଣ ବ୍ୟାଟିଂ କରୁଥିବା ସମୟରେ ପଡିଆରେ ରକ୍ତ ବାନ୍ତି କରିଥିଲେ ଯୁବରାଜ । ଆଉ ସେ ଦିନ ଜାଣିବାକୁ ମିଳିଥିଲା କୌଣସି ଏକ ମାରାତ୍ମକ ରୋଗରେ ପିଡିତ ଅଛନ୍ତି ଯୁବରାଜ । ଟୁର୍ଣ୍ଣାମେଣ୍ଟ ପରେ ଲଣ୍ଡନରେ ଚିକିତ୍ସା । ଦେହରେ ତାଙ୍କର କ୍ୟାନ୍ସର ଅଛି ବୋଲି ରୋପୋର୍ଟ ପ୍ରକାଶ ପାଏ । ଆଉ ପରେ ସେହି ମାରାତ୍ମକ ରୋଗକୁ ହାରାଇ ପୁଣି ଥରେ ପିଡିଆକୁ ଫେରି ଆସନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟିଂର ଏହି ମେରୁ ଦଣ୍ଡ ।

ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ

ତେବେ ସେ ଦିନ ଥିଲା, ମାର୍ଚ୍ଚ 20, 2011 । ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲା ଭାରତୀୟ ଦଳ । ଦଳର ସ୍କୋର 51/2ରେ ଯେମିତି ବିଶ୍ବକପ ଆଶା କ୍ଷୀଣ ହୋଇଯାଉଥିଲା । ପଡିଆକୁ ଆସିଲେ ଯୁବରାଜ ଏବଂ ଯୁବ ବିରାଟ କୋହଲି । ଉଭୟଙ୍କ ଭାଗୀଦାରି ବଳରେ ମଜବୁତ୍‌ ହେଲା ଭାରୀତୟ ପାଳି । ତୃତୀୟ ୱିକେଟ୍ ପାଇଁ 122 ରନ୍ ସଂଗ୍ରହ କରିଥିଲେ ଏହି ଯୋଡି । 59ରନ କରି କୋହଲିଙ୍କୁ ପାଭିଲିଅନ ଫେରିବାକୁ ପଡିଲା । ମାତ୍ର ନନଷ୍ଟ୍ରାଇକ୍‌ର ଏଣ୍ଡେ ମେରୁଦଣ୍ଡ ବନିଲେ ଯୁବରାଜ । ମାତ୍ର ବ୍ୟାଟିଂ କରୁଥିବା ସମୟରେ ଯୁବରାଜ ପିଚରେ ଅନେକଥର ବାନ୍ତି କରିଥିଲେ । ତେବେ ଏହି ଦୃଶ୍ୟ ଫ୍ୟାନ୍ସଙ୍କୁ ଯେମିତି ବ୍ୟସ୍ତବିବ୍ରତ କରି ଦେଉଥିଲା । ମାତ୍ର ସେହି ଅସହ୍ୟ ଯନ୍ତ୍ରଣାକୁ ଜାବୁଡି ଧରି 10ଚୌକା ଓ 2ଟି ଛକା ସହାୟତାରେ 113 ରନ୍ ଶତକୀୟ ପାଳି ଖେଳିଲେ ଯୁବରାଜ । ଯୁବିଙ୍କ ଏହି ପାଳି ସହ ଭାରତର ସ୍କୋର 268 ରନରେ ରହିଲା । 269ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇନଫର୍ମ କାରିବିଆନ ବ୍ୟାଟ୍ସମ୍ୟାନ ଡିଭନ୍ ଥୋମାସ୍ ଏବଂ ଆଣ୍ଡ୍ରେ ରସେଲଙ୍କ ୱିକେଟ୍ ନେଇ ଭାରତକୁ 80 ରନରେ ବିଜୟ କରାଇଲେ ଯୁବରାଜ ।

ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ

ତେବେ ବିଶ୍ବକର ସେହି ସଂସ୍କରଣରେ ତାଙ୍କୁ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା । ଟ୍ରଫି ଜିତିବାରେ ସେ ଭାରତ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 362 ରନ୍ ସଂଗ୍ରହ କରିବା ସହିତ 15ଟି ୱିକେଟ୍ ନେଇଥିଲେ ।

ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details