ଓଡିଶା

odisha

ETV Bharat / sports

2020 ମହିଳା ଟି20 ବିଶ୍ବକପ ଖେଳିବ ଥାଇଲାଣ୍ଡ

ଇତିହାସ ରଚିଲା ଥାଇଲାଣ୍ଡ । ପ୍ରଥମ ଥର ପାଇଁ 2020 ମହିଳା ଟି20 ବିଶ୍ବକପ ଖେଳିବ ଥାଇଲାଣ୍ଡ ।

By

Published : Sep 7, 2019, 12:27 AM IST

ଫଟୋ ସୌଜନ୍ୟ: twitter@ICC

ହାଇଦ୍ରାବାଦ: ଇତିହାସ ରଚିଲା ଥାଇଲାଣ୍ଡ । ପ୍ରଥମ ଥର ପାଇଁ 2020 ମହିଳା ଟି20 ବିଶ୍ବକପ ଖେଳିବ ଥାଇଲାଣ୍ଡ । ଏନେଇ ନିଜ ସ୍ଥାନ ପକ୍କା କରିଛି ଥାଇଲାଣ୍ଡ । ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ସେମିଫାଇନାଲ ମ୍ୟାଚରେ ପପୁଆ ନିୟୁ ଗୁଇନିଆ(PNG)କୁ ହରାଇଛି ଥାଇଲାଣ୍ଡ । ଏତିସହିତ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ହେବାକୁ ଥିବା ଟି20 ବିଶ୍ବକପରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ।

ଫଟୋ ସୌଜନ୍ୟ: twitter@ICC

ଥାଇଲାଣ୍ଡ 68 ରନର ଲକ୍ଷ୍ୟକୁ 18ତମ ଓଭରରେ ହାସଲ କରିବା ପରେ ଏହି ସଫଳତା ମିଳିଛି । ବିଜୟ ପରେ ଟିମର ସମସ୍ତ ଖେଳାଳି ପଡିଆ ଭିତରକୁ ଆସି ଖୁସି ମନାଇଥିଲେ । ପ୍ରଥମଥର ପାଇଁ ଟି20 ବିଶ୍ବକପରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଥାଇଲାଣ୍ଡ ।

ଟି20 ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 10 ଦଳ:
ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ଥାଇଲାଣ୍ଡ ।

ABOUT THE AUTHOR

...view details