ଓଡିଶା

odisha

ETV Bharat / sports

ଦିନିକିଆ ସିରିଜ ପାଇଁ ପୁନେ ପହଞ୍ଚିଲା ଟିମ ଇଣ୍ଡିଆ

ପ୍ରଥମ ଦିନିକିଆ ମ୍ୟାଚ ମାର୍ଚ୍ଚ 23ରେ ଖେଳାଯିବ । ଦ୍ବିତୀୟ ଦିନିକିଆ ମାର୍ଚ୍ଚ 26 ଓ ତୃତୀୟ ମ୍ୟାଚ 28ରେ ଖେଳାଯିବ । ଅଧିକ ପଢନ୍ତୁ...

By

Published : Mar 21, 2021, 9:33 PM IST

Team India arrives in Pune ahead of ODI series against England
ଦିନିକିଆ ସିରିଜ ପାଇଁ ପୁନେ ପହଞ୍ଚିଲା ଟିମ ଇଣ୍ଡିଆ

ପୁନେ: ପୁନେ ପହଞ୍ଚିଲା ଟିମ ଇଣ୍ଡିଆ । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ରବିବାର ପୁନେ ପହଞ୍ଚିଛି । ଟି20 ସିରିଜ ପରେ ଇଂଲଣ୍ଡ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୁନେରେ ଖେଳାଯିବ ।

ଆଗାମୀ ସିରିଜ ଦିନିକିଆ ସୁପର ଲିଗ ଅନ୍ତର୍ଭୁକ୍ତ । ଟି20 ସିରିଜରେ ବିଜୟ ପରେ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।

ଦିନିକିଆ ସିରିଜ ପାଇଁ ପୁନେ ପହଞ୍ଚିଲା ଟିମ ଇଣ୍ଡିଆ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ରବିବାର ଇନଷ୍ଟାଗ୍ରାମରେ ଅହମ୍ମଦାବାଦରୁ ପୁନେ ବିମାନଯାତ୍ରା ବେଳର ଫଟୋ ସେୟାର କରିଛନ୍ତି ।

ପୂର୍ବରୁ ବିସିସିଆଇ ଦିନିକିଆ ସିରିଜ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରିସାରିଛି । ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ 23ରେ ଖେଳାଯିବ । ଦ୍ବିତୀୟ ଦିନିକିଆ ମାର୍ଚ୍ଚ 26 ଓ ତୃତୀୟ ଦିନିକିଆ 28ରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details