ଓଡିଶା

odisha

ଆହତ ଯାଦବଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ ସ୍କ୍ବାଡରେ ଟି.ନଟରାଜନ

By

Published : Jan 1, 2021, 3:59 PM IST

ଆହତ ଉମେଶ ଯାଦବଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ ସ୍କ୍ବାଡରେ ସାମିଲ ହେଲେ ଟି ନଟରାଜନ । ଅଧିକ ପଢନ୍ତୁ...

T Natarajan to replace Umesh Yadav in India's Test squad
ଆହତ ଯାଦବଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ ସ୍କ୍ବାଡରେ ଟି.ନଟରାଜନ

ମେଲବୋର୍ଣ୍ଣ: ଭାରତୀୟ ଟେଷ୍ଟ ସ୍କ୍ବାଡରେ ସାମିଲ ହେଲେ ତାମିଲନାଡୁ ରଣଜି ଦ୍ରୁତ ବୋଲର ଟି ନଟରାଜନ । ଉମେଶ ଯାଦବଙ୍କ ସ୍ଥାନରେ ଜାନୁଆରୀ 7ରୁ ଆରମ୍ଭ ହେବାକୁ ଯାଉଥିବା ନଟରାଜନଙ୍କୁ ଦଳରେ ସାମିଲ କରାଯାଇଛି ।

ମେଲବୋର୍ଣ୍ଣରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟର ତୃତୀୟ ଦିନରେ ଉମେଶ ଯାଦବଙ୍କ ମାଂସପେଶୀରେ ଆଘାତ ଲାଗିଥିଲା । ପରେ ତାଙ୍କର ସ୍କାନ କରାଯାଇଥିଲା । ସିରିଜର ଅବଶିଷ୍ଟ ଦୁଇଟି ଟେଷ୍ଟ ପୂର୍ବରୁ ସୁସ୍ଥ ନହେବା ଜଣା ପଡିବାପରେ ବାଦ ପଡିଥିଲେ । ଅନ୍ୟପଟେ ମହମ୍ମଦ ସାମି ଆହତ ହୋଇ ବାଦ ପଡିବାପରେ ଶାର୍ଦ୍ଦୁଳ ଠାକୁରଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି । ଉଭୟ ସାମି ଓ ଯାଦବ ଜାତୀୟ କ୍ରିକେଟ ଏକାଡାମୀ ବେଙ୍ଗାଲୁରୁରେ ଆହତ ସମସ୍ୟାରୁ ମୁକୁଳିବା ପର୍ଯ୍ୟନ୍ତ ରହିବେ ।

ସେହିପରି ରୋହିତ ଶର୍ମା କ୍ବାରେଣ୍ଟିନ ଅବଧି ଶେଷ କରିବା ପରେ, ମେଲବୋର୍ଣ୍ଣରେ ଟିମ ସହ ଯୋଗଦେଇଛନ୍ତି ।

ଟିମ ଇଣ୍ଡିଆ ଟେଷ୍ଟ ସ୍କ୍ବାଡ: ଅଜିଙ୍କ୍ୟା ରାହାଣେ(କ୍ୟାପଟେନ), ରୋହିତ ଶର୍ମା(ଭାଇସ-କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, କେଏଲ ରାହୁଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା(ୱକେଟ କିପର), ଋଷଭ ପନ୍ତ (ୱକେଟ କିପର), ଜଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର. ଅଶ୍ବିନ, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଟି.ନଟରାଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details