ହାଇଦ୍ରାବାଦ:ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କର ଶନିବାର ଟେଷ୍ଟ ପଦାର୍ପଣର 50ତମ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି ଲିଟିଲ ମାଷ୍ଟର । ପୁଅ ରୋହନ ଗାଭାସ୍କର ଟ୍ବିଟ ଯୋଗେଁ ପ୍ରଥମ କରି ଗାଭାସ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିବା ନେଇ ସୂଚନା ଦେଇଛନ୍ତି ।
ଭାରତୀୟ କ୍ରିକେଟକୁ କିମ୍ବଦନ୍ତୀ ଗାଭାସ୍କରଙ୍କ ଅବଦାନ ପାଇଁ ବିସିସିଆଇ ପକ୍ଷରୁ ସମ୍ପାଦକ ଜୟ ଶାହା ସମ୍ବର୍ଦ୍ଧିତ କରିଛନ୍ତି । ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟର ତୃତୀୟ ଦିନର ଲଞ୍ଚ ବ୍ରେକ ସମୟରେ ଶାହା, ଗାଭାସ୍କରଙ୍କୁ ସମ୍ମାନର ପ୍ରତୀକ ବିସିସିଆଇ କ୍ୟାପ ଥିବା ମୋମେଣ୍ଟୋ ପ୍ରଦାନ କରିଥିଲେ ।
ବର୍ଷ 1971, ମାର୍ଚ୍ଚ 6ରେ ଗାଭାସ୍କର, ୱେଷ୍ଟଇଣ୍ଡିଜ ବିପକ୍ଷରେ ତ୍ରିନିଦାଦର ପୋର୍ଟ ଅଫ ସ୍ପେନରେ ଟେଷ୍ଟ ଡେବ୍ୟୁ କରିଥିଲେ । କ୍ରିକେଟ କ୍ୟାରିୟରରେ ଗାଭାସ୍କର ନିଜର ଯାଦୁଗରୀ ବ୍ୟାଟିଂ ମାଧ୍ୟମରେ ଅନେକ ବ୍ୟାଟିଂ ରେକର୍ଡକୁ ଭଙ୍ଗ କରିଛନ୍ତି ଓ ନୂଆ କରି ନିଜ ନାମରେ କରିଛନ୍ତି । କ୍ରିକେଟ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଆସିଛନ୍ତି ।