ପୁନେ: ଅମାନିଆ ଇଂଲିସ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ପୁଣି ଥରେ ଚେତାବନୀ । ଶୁକ୍ରବାର ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ବଲ୍ରେ ଛେପ ଲଗାଇବା ପରେ ପଡିଆ ଅମ୍ପାୟାର ଷ୍ଟୋକ୍ସଙ୍କୁ ଚେତାବନୀ ଦେଇଛନ୍ତି । ତେବେ ଷ୍ଟୋକ୍ସ ଭୁଲବଶତଃ ଏହା କରିଥିବା କୁହାଯାଉଛି ।
ଏହି ଘଟଣା ଭାରତୀୟ ଇଂନିସର 4ର୍ଥ ଓଭରରେ ଦେଖିବାକୁ ମିଳିଥିଲା । ବଲ୍ରେ ଛେପ ବ୍ୟବହାର କରିବାକୁ ବାରଣ କରାଯାଇଥିବା ଭୁଲିଯାଇଥିଲେ ଷ୍ଟୋକ୍ସ । ବଲ୍ରେ ଛେପ ବ୍ୟବହାର ଦେଖିବା ପରେ ଫିଲ୍ଡିଂ ଅମ୍ପାୟାର ନୀତିତ ମେନନ ଓ ବିରେନ୍ଦ୍ର ଶର୍ମା କ୍ୟାପଟେନ ବଟଲରଙ୍କୁ ଚେତବନୀ ଦେଇଥିଲେ । ସମାନ ଓଭରରେ ରିସ ଟପଲେଙ୍କ ବଲ୍ରେ ଶିଖର ଧାୱନଙ୍କୁ ସେ ସ୍ଲିପରେ କ୍ୟାଚ ଆଉଟ କରାଇଥିଲେ ।