ହାଇଦ୍ରାବାଦ: ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କା ଖେଳାଳି ଦଣ୍ଡିତ । ଆଣ୍ଟିଗୁଆରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କା ଖେଳାଳିଙ୍କୁ 40 ପ୍ରତିଶତ ମ୍ୟାଚ ପାଉଣା କାଟିଛି ଆଇସିସି । ଏନେଇ ମଙ୍ଗଳବାର ଆଇସିସି ସ୍ପଷ୍ଟ କରିଛି ।
ରବିବାର ଖେଳାଯାଇଥିବା ଏହି ମୁକାବିଲାରେ ରିଚେ ରିଚାର୍ଡସନ ଏମିରେଟସ ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫ୍ରୀ ରହିଥିଲେ। ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଓଭର କମ ବୋଲିଂ କରିଥିବାରୁ ମ୍ୟାଚ ରେଫ୍ରୀ ଦଣ୍ଡିତ କରିଛନ୍ତି ।