ଦୁବାଇ: ଆଇପିଏଲର 22ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ପ୍ରଦର୍ଶନ । 69ରନ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ୍ ଦେଇ ହାଇଦ୍ରାବାଦର 3ୟ ବିଜୟ ହାସଲ କରିଛି । ଏହି ବିଜୟ ପରେ 6 ପଏଣ୍ଟ ସହ 3ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି ହାଇଦ୍ରାବାଦ । ତେବେ ପଞ୍ଜାବ ବିପକ୍ଷରେ ଦମ୍ଦାର ପ୍ରଦର୍ଶନ କରିଥିବା ଜନି ବେୟାରଷ୍ଟୋଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ମିଳିଛି ।
ଟସ୍ ଜିତିବା ପରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେ୍ଟ ହରାଇ 201ରନ୍ ସଂଗ୍ରହ କରିଥିଲା ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ତାଙ୍କ ପାଇଁ ଠିକ୍ ବୋଲି ପ୍ରମାଣିତ ହୋଇଥିଲା । ଓପନିଂ ଯୋଡି ଡେଭିଡ ୱାର୍ଣ୍ଣର ଏବଂ ଜନି ବେୟାରଷ୍ଟୋ 160ରନ୍ର ପାର୍ଟନରସିପ୍ ଇଂନିସ ଖେଳିଥିଲେ । ବେୟାରଷ୍ଟ୍ରୋଙ୍କ ଶତକ ହାସଲ ପାଇଁ ଆଉ 3ରନ୍ ବାକି ଥିବାବେଳେ ରବି ବିଷ୍ଣୋଇ ତାଙ୍କୁ ଆଉଟଚ କରିଥିଲେ । ସେ 55 ବଲରେ 97 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ୱାର୍ଣ୍ଣର 52ରନ୍(40ବଲ୍,5ଚୌକା,6ଛକା) ହାସଲ କରିଥିବାବେଳେ ଅବଦୁଲ ସମାଦ 8,କେନ ୱିଲିୟମସନ 20*, ଅଭିଷେକ ଶର୍ମା 12, ମନୀଷ ପାଣ୍ଡେ 1 କରିଥିଲେ ।
ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ 3ଟି ଏବଂ ଅର୍ଶଦୀପ ସିଂ ଦୁଇଟି ୱିକେଟ ନେଇଥିବାବେଳେ ମହମ୍ମଦ ସାମି ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।