ଓଡିଶା

odisha

ETV Bharat / sports

ଭାରତର ଦୁଇ ବେଷ୍ଟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ନାଁ କହିଲେ ଗାଙ୍ଗୁଲି - ଦୁଇ ଶ୍ରେଷ୍ଠ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ଙ୍କୁ ନାମିତ କଲେ ଗାଙ୍ଗୁଲି

ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବର୍ତ୍ତମାନର ଦୁଇ ଶ୍ରେଷ୍ଠ ୱିକେଟ୍ କିପର-ବ୍ୟାଟ୍ସମ୍ୟାନଙ୍କ ନାମିତ କରିଛନ୍ତି । ଅଧିକ ପଢ଼ନ୍ତୁ...

ଭାରତର ଦୁଇ ବେଷ୍ଟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ନାଁ କହିଲେ ଗାଙ୍ଗୁଲି
ଭାରତର ଦୁଇ ବେଷ୍ଟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ନାଁ କହିଲେ ଗାଙ୍ଗୁଲି

By

Published : Nov 25, 2020, 8:39 PM IST

ନୂଆଦିଲ୍ଲୀ: ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ପରେ ଭାରତର ପରବର୍ତ୍ତୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ କିଏ ହେବା ଉଚିତ ସେ ନେଇ ବିତର୍କ ପୂର୍ବ ଅପେକ୍ଷା ଅଧିକ ଦେଖା ଦେଇଛି । ଋଷଭ ପନ୍ତ ନଂ-1 ପସନ୍ଦ ହୋଇଥିଲେ ମଧ୍ୟ ବ୍ୟାଟିଂରେ ତାଙ୍କ ଭଲ ପ୍ରଦର୍ଶନ ନରହିବା ଯୋଗୁଁ ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଏହା କଏଲ ରାହୁଲଙ୍କ ପଥ ପରିଷ୍କାର କରିଛି । ସେପଟେ ରିଦ୍ଧିମାନ ସାହା ଦୀର୍ଘ ସମୟ ଧରି ଖେଳର ଲମ୍ବା ଫର୍ମାଟରେ ନିଜର ଫର୍ମରେ ରହିଆସିଥିଲେ । ଖେଳର କ୍ଷୁଦ୍ର ଫର୍ମାଟରେ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ତାଙ୍କୁ ମଧ୍ୟ ଏହି ଦୌଡ଼ର ଏକ ପ୍ରତିଦ୍ବନ୍ଦ୍ବୀ କରିଛି ।

ଭାରତର ଦୁଇ ବେଷ୍ଟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ନାଁ କହିଲେ ଗାଙ୍ଗୁଲି

ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବର୍ତ୍ତମାନର ଦୁଇ ଶ୍ରେଷ୍ଠ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ଙ୍କୁ ନାମିତ କରିଛନ୍ତି ।

ଭାରତର ଦୁଇ ବେଷ୍ଟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ନାଁ କହିଲେ ଗାଙ୍ଗୁଲି

ଏହାସହ ଗାଙ୍ଗୁଲି ଯୁବ ଋଷଭ ପନ୍ତଙ୍କ ପକ୍ଷ ମଧ୍ୟ ନେଇଛନ୍ତି ଯାହାଙ୍କୁ ଆଇପିଏଲ 2020ରେ ଭଲ ପ୍ରଦର୍ଶନ ନକରିବାରୁ ବିଭିନ୍ନ ସମାଲୋଚନାର ଶୀକାର ହେବାକୁ ପଡ଼ିଛି ।

ଗାଙ୍ଗୁଲି ପିଟିଆଇକୁ କହିଛନ୍ତି ଯେ ସେ (ପନ୍ତ) ଏବଂ ରିଦ୍ଧିମାନ ସାହା ଆମର ଦୁଇ ଶ୍ରେଷ୍ଠ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ ।

ଯେତେବେଳେ ଆଇପିଏଲରେ ପନ୍ତଙ୍କ ଖରାପ ପ୍ରଦର୍ଶନ ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟ 120 ରୁ କମ ଚିନ୍ତାର କାରଣ କି ବୋଲି ପଚରାଗଲା, ସେତେବେଳେ ଗାଙ୍ଗୁଲି କହିଛନ୍ତି ଯେ, ‘‘ପନ୍ତଙ୍କ ପାଖରେ ଜବରଦସ୍ତ ପ୍ରତିଭା ରହିଛି ଓ ପନ୍ତଙ୍କ ବ୍ୟାଟ ସ୍ବିଙ୍ଗ ନିଶ୍ଚିତ ଭାବେ ଫେରି ଆସିବ।’’

“ବ୍ୟସ୍ତ ହୁଅ ନାହିଁ। ତାଙ୍କର ବ୍ୟାଟ ସ୍ବିଙ୍ଗ ଫେରି ଆସିବ । ସେ ଜଣେ ଯୁବ ଖେଳାଳି ଏବଂ ଆମ ସମସ୍ତଙ୍କୁ ତାଙ୍କୁ ମାର୍ଗଦର୍ଶନ କରିବା ଆବଶ୍ୟକ । ତାଙ୍କର ଅଦ୍ଭୁତ ପ୍ରତିଭା ଅଛି । ଋଷଭ ନିଶ୍ଚିତ ଭଲ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details