ଓଡିଶା

odisha

ଐତିହାସିକ ପିଙ୍କ୍‌ ବଲ ଟେଷ୍ଟ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର

ବିସିସିଆଇର ୩୯ ତମ ଅଧ୍ୟକ୍ଷ ତଥା ଭାରତର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷତକାର । ଏହି ଖାସ୍‌ ଆଲୋଚନାରେ ଇଟିଭି ଭାରତ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ଦିବା/ରାତ୍ର ପିଙ୍କ ବଲ୍‌ ଟେଷ୍ଟ ଓ ଐତିହାସିକ ଟେଷ୍ଟ ଚମ୍ପିଆନସିପ୍‌ ବିଷୟରେ ସୌରଭଙ୍କ ସହ ଚର୍ଚ୍ଚା କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 17, 2019, 10:06 PM IST

Published : Nov 17, 2019, 10:06 PM IST

ଡିଜାଇନ ଫଟୋ

କୋଲକାତା: ବସ୍‌ ସିଟରେ ବସିବା ପରଠାରୁ ବେଙ୍ଗଲ ଟାଇଗର ବିଶ୍ବର ସବୁଠାରୁ ବିତ୍ତଶାଳୀ ବିସିସିଆଇକୁ ସଫଳତାର ନୂଆ ସୋପାନରେ ପହଞ୍ଚାଇବାର ଉଚ୍ଚାକାଂକ୍ଷାକୁ ସଫଳ ରୂପାୟନ କରିବାରେ ବ୍ୟସ୍ତ । ବିସିସିଆଇର ୩୯ ତମ ଅଧ୍ୟକ୍ଷ ତଥା ଭାରତର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷତକାର । ଏହି ଖାସ୍‌ ଆଲୋଚନାରେ ଇଟିଭି ଭାରତ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ଦିବା/ରାତ୍ର ପିଙ୍କ ବଲ୍‌ ଟେଷ୍ଟ ଓ ଐତିହାସିକ ଟେଷ୍ଟ ଚାମ୍ପିୟାନସିପ୍‌ ବିଷୟରେ ସୌରଭଙ୍କ ସହ ଚର୍ଚ୍ଚା କରିଛନ୍ତି ।

ଐତିହାସିକ ପିଙ୍କ୍‌ ବଲ ଟେଷ୍ଟ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର


ଭାରତ କୋଲ୍‌କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଭାରତୀୟ କ୍ରିକେଟ୍ ଦଳ ତା'ର ପ୍ରଥମ ଦିବା/ରାତ୍ର ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। ଏଠାରେ ହେବାକୁ ଥିବା ‘ପିଙ୍କ ବଲ୍‌ ଟେଷ୍ଟ’ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି । ଉତ୍ସୁକତାର ସହ ଦର୍ଶକ ଦେଖିବା ପାଇଁ ପ୍ରତୀକ୍ଷା କରିଥିବା କଥା କହିଛନ୍ତି । ଏଥିପାଇଁ କଠିନ ପରିଶ୍ରମ କରାଯାଇଛି ବୋଲି କହିବା ସହ ସମସ୍ତ ପ୍ରସ୍ତୁତି ଶେଷ ଓ ଇଡେନ୍‌ ପିଙ୍କ ବଲ୍‌ ଟେଷ୍ଟର ସାକ୍ଷୀ ରହିବା ପାଇଁ ଅପେକ୍ଷାରେ ରହିଛି ବୋଲି କହିଛନ୍ତି ।

ପ୍ରେସିଡେଣ୍ଟ ପଦଭାର ସମ୍ଭାଳିବା ପରେ ବିସିସିଆଇର ପରିସ୍ଥିତି ପରିବର୍ତ୍ତନ ହେବାରେ ଲାଗିଛି । ଏହା କୈଣସି କମାଲ ନୁହେଁ ବରଂ ସେ ସହିଭଳି ଭାବରେ ଅନେକ ସ୍ଥିତିକୁ ସମ୍ଭାଳିବା ସହ ସୁଧାରିଛନ୍ତି ବୋଲି କହିଛନ୍ତି । କୋଲକାତା ଟେଷ୍ଟର ପ୍ରଥମ ତିନି ଦିନରେ ସମସ୍ତ ଟିକେଟ ବିକ୍ରି ସୌରଭଙ୍କ ପାଇଁ ଖୁସି ଖବର ବୋଲି ସେ କହିଛନ୍ତି । ମାତ୍ର ତିନି ଦିନରେ ସମସ୍ତ ଟିକେଟ ବିକ୍ରି ନେଇ ମୁଣ୍ଡ ଟେକିଥିବା ବିବାଦରେ ମତ ରଖିଛନ୍ତି ।

ଇଟିଭି ଭାରତ ସହ ଆଲୋଚନାରେ ସେ ଭାରତୀୟ ଟିମ୍‌କୁ ଭୂୟସୀ ପ୍ରଶଂସା କରିଛନ୍ତି । ବର୍ତ୍ତମାନର ଟିମ୍‌ ସର୍ବଶ୍ରେଷ୍ଠ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ସେ କହିଛନ୍ତି । ଇନ୍ଦୋର ଟେଷ୍ଟ ଜିତିବା ପରେ ଭାରତର ମନୋବଳ ଶୀର୍ଷରେ ରହିଛି । ଏବେ ୱାର୍ଲ୍ଡ ଟେଷ୍ଟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ବିଜୟ ହାସଲ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆବଶ୍ୟକ ରହିଛି ।

ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଜଣେ ଦକ୍ଷ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି । ଅଷ୍ଟ୍ରେଲିୟା ଓ ଦକ୍ଷିଣ ଆଫ୍ରିକାରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ବୋଲି କହିଛନ୍ତି ସୌରଭ ।

ବିସିସିଆଇର ପ୍ରେସିଡେଣ୍ଟ ପଦ ଭାର ସମ୍ଭାଳିବା ଅଥବା ଖେଳାଳି ଭାବରେ ଖେଳିବା ଓ ଟିମ୍‌ ସମ୍ଭାଳିବା କେଉଁଟି ଅଧିକ ଆହ୍ୱାନପୂର୍ଣ୍ଣ ବୋଲି ପ୍ରଶ୍ନର ଉତ୍ତର ବେଶ୍‌ ଚତୁରତରା ସହ ରଖିଛନ୍ତି ଦାଦା । ସମସ୍ତ ଦାୟିତ୍ବ ସମାନ ଥିଲା ମାତ୍ର ଏବେକାର ଯାତ୍ରା ଆଧିକ ଚାଲେଞ୍ଜିଂ କହିଛନ୍ତି ସୌରଭ ଗାଙ୍ଗୁଲି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟାନସିପ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି, ଏହା ଅତ୍ୟନ୍ତ ଆହ୍ୱାନମୂଳକ ।

ABOUT THE AUTHOR

...view details