ଓଡିଶା

odisha

ETV Bharat / sports

ପିତୃଭକ୍ତ ସିରାଜ, ବିମାନବନ୍ଦରରୁ ସିଧା ଗଲେ ପିତାଙ୍କ କବରସ୍ଥଳ

63 ଦିନର ଲମ୍ବା ଅପେକ୍ଷା ପରେ ଶେଷରେ ନିଜ ସହରରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜ । ଅଧିକ ପଢନ୍ତୁ...

By

Published : Jan 21, 2021, 3:33 PM IST

Siraj reachs straight from airport to his Fateher's grave
ପିତୃଭକ୍ତ ସିରାଜ, ବିମାନବନ୍ଦରରୁ ସିଧା ଗଲେ ପିତାଙ୍କ କବରସ୍ଥଳ

ହାଇଦ୍ରାବାଦ:ବିଜୟୀ ଟିମ ଇଣ୍ଡିଆର ଯୋଦ୍ଧା ଅଷ୍ଟ୍ରେଲିଆକୁ ତା'ର ନିଜ ମାଟିରେ 2-1ରେ ଧୂଳିଚଟାଇ ସ୍ବଦେଶ ଫେରିଛି । ଗୁରୁବାର ସକାଳେ ଖେଳାଳିମାନେ ନିଜ ସହରରେ ପାଦ ଥାପିଛନ୍ତି । କ୍ରମାଗତ କ୍ରିକେଟ ଖେଳିଆସୁଥିବା ଓ ଆହତ ଥିବା ଭାରତୀୟ ଖେଳାଳିଙ୍କୁ ଏବେ ବିଶ୍ରାମ ମିଳିବ । ତେବେ ଘରେ ପହଞ୍ଚିବା ପୂର୍ବରୁ କିଛି ଖେଳାଳିଙ୍କ ପାଇଁ ଏମିତି ହୋଇଛି, ଯାହା ବାଟରେ ହିଁ କରିବାକୁ ପଡିଛି । ହଁ କର୍ତ୍ତବ୍ୟ ହିଁ ହାତ ଠାରି ଡାକିଛି..

ଦୀର୍ଘ 63 ଦିନର ଲମ୍ବା ଅପେକ୍ଷା ପରେ ଶେଷରେ ନିଜ ସହରରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜ । ସାମସାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଦିଂବଗତ ପିତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ସିଧା କବରସ୍ଥଳରେ ପହଞ୍ଚିଛନ୍ତି କଙ୍ଗାରୁ ମାଟିରେ ଐତିହାସିକ ସିରିଜ ବିଜେତା ଟିମ ଇଣ୍ଡିଆର ହିରୋ ସିରାଜ ।

ସିରାଜଙ୍କ 53 ବର୍ଷୀୟ ପିତା ଜଣେ ଅଟୋ ଡ୍ରାଇଭର ଥିଲେ । ଗତ ନଭେମ୍ବର 20 ତାରିଖରେ ଫୁସଫୁସରେ ସଂକ୍ରମଣ ଯୋଗୁଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହାର ଗୋଟିଏ ସପ୍ତାହ ପୂର୍ବରୁ ସିରାଜ ଭାରତୀୟ ଟିମ ସହ ଅଷ୍ଟ୍ରେଲିଆ ଗସ୍ତରେ ପହଞ୍ଚିଥିଲେ । ସିଡନୀର ବ୍ଳାକଟାଉନ ଓଭାଲରେ ଅଭ୍ୟାସ କରୁଥିବା ସମୟରେ ପିତାଙ୍କ ମୃତ୍ୟୁ ଖବର ମିଳିଥିଲା । ଅଭ୍ୟାସ ସେସନ ପରେ କୋଚ ରବି ଶାସ୍ତ୍ରୀ ଓ ବିରାଟ କୋହଲି, ସିରାଜଙ୍କୁ ପିତାଙ୍କ ଦେହାନ୍ତ କଥା ଜଣାଇଥିଲେ । ଏହି ଖବରରେ ଭାଙ୍ଗି ପଡିଥିଲେ ସିରାଜ । ମାତ୍ର କୋଭିଡ-19 କଟକଣା ଯୋଗୁଁ ପିତାଙ୍କ ଶେଷକୃତ୍ୟକୁ ନ ଆସିବାକୁ ନିଷ୍ପତ୍ତି ନେବା ସହ ଭାରତୀୟ ଟିମ ସହିତ ଅଷ୍ଟ୍ରେଲିଆରେ ରହିଥିଲେ ।

ସେତେବେଳେ ସିରାଜ କହିଥିଲେ, "ମୋ ବାପା ମୋ ପାଇଁ ଶକ୍ତିର ଉତ୍ସ ଥିଲେ । ଜୀବନର ସବୁଠୁ ବଡ ପ୍ରଶଂସକଙ୍କୁ ମୁଁ ହରାଇଦେଲି । ମୋ କ୍ରିକେଟ କ୍ୟାରିୟର ଗଢିବା ପାଇଁ ତାଙ୍କର ହିଁ ସବୁଠୁ ବଡ ଯୋଗଦାନ ଥିଲା । ଏହା ମୋ ପାଇଁ ସବୁଠୁ ବଡ ଓ ଅପୂରଣୀୟ କ୍ଷତି । ମା' ଅନେକ ବାର କହିଛି, ପାଠ ପଢା ଛାଡି କ୍ରିକେଟ ଖେଳିବାରେ ସମୟ ନଷ୍ଟ କରୁଛି, ମାତ୍ର ବାପା ଥରେ ବି ମନା କରିନାହାନ୍ତି ବରଂ ଅଧିକ ଉତ୍ସାହିତ କରିଛନ୍ତି ଖେଳିବାକୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details